*ହେମଗୋରୀ*
*(#ଇଥିଓପିଆନ_କାମ୍ବା_ଶୈଳୀ)*
ମନ ବେଦୀରେ ବାଜଇ ତେଲିଙ୍ଗି ବାଇଦ
ଝିଙ୍କାରୀ ପାର୍ଟିରୁ ଶୁଭେ ଅର୍କେଷ୍ଟ୍ରା ର ଶବ୍ଦ
ଏବେଳେ ସ୍ବପ୍ନ ଦେଖେ ଦୁଇ ଡୋଳାରେ ମୋର।।
ଆନମନା ଆଗନ୍ତୁକର ପ୍ରଥମ ସ୍ପର୍ଶ
ଉଦବେଳିତ ମନେ ଆଣେ ପ୍ରୀତିର ହସ
ନିରୀମାଖୀ ତାରା ଜପେ ପ୍ରଣବ ଓଁକାର।।
ଦେଖଇ ସପନେ କଜ୍ଜଳଦୀପ୍ତନେତ୍ରାକୁ
ଲଜ୍ଜାବଶରେ ଧରି ପଲଙ୍କେ ମୁଚୁଳାକୁ
ଆହେ ସଖି! ଉଚ୍ଚାଟେ ନିଦଭାଙ୍ଗେ ମୋର ।।
ସ୍ବପ୍ନରେ ଭେଟିଥିଲି ଯାହାକୁ ଏହି ଡୋଳେ
ଆଲିଙ୍ଗି ତାକୁ ପୁଣି ମୋର ବାହୁ-ଯୁଗଳେ
ସମ୍ପ୍ରତି ସଙ୍ଗ ଖୋଜେ ପ୍ରାଣ ହୋଇ ଅସ୍ଥିର।।
ନିଦ୍ରା ଅନ୍ତେ ବିୟୋଗ ତା ବିଷମୟ ଭାରି
କିଏ ସେହି ସୁସ୍ମିତା ସୁଦନ୍ତୀ ହେମଗୋରୀ
ପ୍ରତିଛବି ଉଙ୍କିମାରେ ମନେ ବାରବାର ।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
254 total views, 1 views today
This weblog was… how can I say it? Suitable!! Finally I’ve discovered one thing which helped me. Thanks!