*ଅନ୍ତିମ ପ୍ରାର୍ଥନା* *(ହାଇକୁ-)*

ଏଇ ଅନ୍ତିମ
ପ୍ରାଥନା ମୋ ସରିଲେ
ଯିବି ସ୍ମଶାନ।……..(୧)

ଅଭିମନ୍ତ୍ରିତ
ଲାଗି ଘଟ ମୋ ଖୋଜେ
ସୁ-ପଞ୍ଚଶସ୍ୟ।—— (୨)

ଚୁଆ ଚନ୍ଦନ
ଖୋଜୁଛି ଗଙ୍ଗାଜଳ
ମିଳେନା ଏଠି।——-(୩)

ଯେତେ କଳଙ୍କ
ସାଥି ମୋର ପଥରେ
ସମୟ ଶେଷ।…….(୪)

ଶୁଭୁନି ସ୍ପଷ୍ଟ
ଭାଗବତ ପୁରାଣ
ଅଟେ ମୁ ଜଡ଼।…….(୫)

ସ୍ମଶାନ ଭୂମି
ମୋ ଅନ୍ତିମ ପ୍ରାର୍ଥନା
ମୁଠାଏ ବାଲି।——-(୬)

@ମନୋଜ କୁମାର ପଣ୍ଡା
ଅଡା,ବାଲେଶ୍ଵର

 51 total views,  1 views today

Leave a Reply

Your email address will not be published. Required fields are marked *