ହାଇକୁ
ତୋଟା ସେପଟୁ
ଡାକୁଥିଲା କୋଇଲି
ମିଠା ସ୍ୱରରେ।। (ହାଇକୁ-୦୧)
ଗୋଲାପ ଠାରୁ
ପ୍ରେମର ପରିଭାଷା
ଶିଖିଲି ଆଜି।। (ହାଇକୁ-୦୨)
ଆଖିରେ ଲୁହ
ଛାତିରେ କୋହ ନେଇ
ଖୋଜେ ତୁମକୁ ।। (ହାଇକୁ-୦୩)
କେଡେ ନିର୍ଦ୍ଦୟ
ଯାଇଛ ଯେ ଯାଇଛ
ଫେରୁନ ଜମା ।।। (ହାଇକୁ-୦୪)
ସତ କହୁଛି
ତୁମ କୋଳଟି ଲାଗେ
ମମତା ଭରା ।।। (ହାଇକୁ- ୦୫)
ମୋର ଭିତରେ
କିଏ ଜଣେ କାନ୍ଦୁଛି
ଆକୁଳ ଚିତ୍ତେ।। (ହାଇକୁ-୦୬)
ଉଇଁ ଆସୁଛି
କପଟତାର ସୂର୍ଯ୍ୟ
ଲୁହ ଲହୁରେ ।। (ହାଇକୁ-୦୭)
ତୁମେ ଆସିବ
ସଜାଉଅଛି ଘର
ଦାଣ୍ଡ ଦୁଆର।। (ହାଇକୁ-୦୮)
ତମ ମୃତ୍ୟୁରେ
ଭାଙ୍ଗିନାହିଁ ମୁଁ ଜମା
ଜୀବିତ ଅଛି ।। (ହାଇକୁ-୦୯)
ହୃଦ ଭିତରେ
ଯକ୍ଷ୍ମା ଜୀବାଣୁ ଭର୍ତ୍ତି
ତୁମ ସ୍ମୃତି ର ।। (ହାଇକୁ-୧୦)
*ମନୋଜ କୁମାର ପଣ୍ଡା*
*ମୁଖ୍ୟ ସମ୍ପାଦକ ସୂର୍ଯ୍ୟୋଦୟ*