*ଲେଖକ*

ପ୍ରକୃତିର ଉପାସକ ମାନବ ସେବକ
ଭଲମନ୍ଦ କଥା ଯିଏ କରଇ ପରଖ।।
ସମାଜ ସଂସ୍କାର କରେ ଜାତିପ୍ରାଣ ଗଢ଼େ
ଉପଦେଶ ଛଳେ ଅନ୍ଧ ବିଶ୍ୱାସ କୁ ତଡେ।।
ଦୁଃଖ ଦୂର କରି ମନୋ ବଳ କୁ ବଢାଏ
ଭାଙ୍ଗି ନପଡ଼ି ଧଇର୍ଯ୍ୟ ଧରିବାକୁ କହେ।।
ଅବାଟରେ ଗଲେ ବାଟ ଦିଅଇ ଦେଖାଇ
ଭଲପାଇ ଆପଣାର କର ବୋଲି କହି ।।

ଛୋଟ ବଡ଼ ଧନୀ ମାନୀ ଜ୍ଞାନୀ ର ପ୍ରଭେଦ
ସମ୍ପଦେ ବିପଦେ ଥାଏ ସଦା ସ୍ଥିତପ୍ରଜ୍ଞ।।
କାନକୁହା କଥାଠାରୁ ରହିବାକୁ ଦୂରେ
ତୋଷାମଦି ଲାଞ୍ଚ ମିଛ ସଦା ଘୃଣା କରେ।।
ପଦ୍ୟରେ ପଦ ଲାଳିତ୍ୟ ପାଦରେ ଗୁରୁତ୍ୱ
ଅର୍ଥ ଗୌରବ ର ସଙ୍ଗେ ଥିବ ଯତିପାଦ।।
ଭାବୁକ ରସିକ ହେଲେ ପଦ୍ୟର ପୂଜାରୀ
ରସାଣିତ କରେ ପଦ ନାନା ରସେ ଭରି।।

ଭାଷା ସାହିତ୍ୟର ଦୁଇଜଣ ଉପାସକ
ପଦ୍ୟେ କହେ କବି ଗଦ୍ୟେ ବୋଲାଏ ଲେଖକ।।

*©ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ* *ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା,ବାଲେଶ୍ଵର*
*୯୩୪୦୦୪୫୩୩୫,୭୪୩୮୦୩୪୪୮୬*

 35 total views,  1 views today

Leave a Reply

Your email address will not be published. Required fields are marked *