*ଘାସଫୁଲ*
ଇନ୍ଦ୍ର ପୁରେ ସେ ନୁହଁଇ କାନ୍ତ ପାରିଜାତ
ନୁହେଁ ସେ ପୁଣି ମର୍ତ୍ତ୍ୟର କାସାର ଶ୍ରୀବାସ।
ଦେହେ ତା ନାହିଁ ବଣର ମଲ୍ଲୀଫୁଲ ବାସ
ପ୍ରଜାପତି ମାନମୋହେ ତାର ଖିଲି ହସ।
ଗୋଲାପ ପରି ମଞ୍ଜୁଳ ତା ରୂପ ନୁହଁଇ
ତଥାପି ତା ଆକର୍ଷଣେ ଭ୍ରମର ଆସଇ।
ପଳାଶ ପରିକା ତନୁ ବଡ଼ ନୁହେଁ ତା’ର
ଫୁଟିଥାଏ ସବୁ ଦିଗେ ରଙ୍ଗ ବେରଙ୍ଗର।
ତା କ୍ଷୁଦ୍ର ଦେହେ ଶିଶିର ଆଶ୍ରୟ ନିଅଇ
ଭାନୁସ୍ପର୍ଶେ କାୟା ତା’ର ଉଜ୍ଜ୍ବଳ ଦିଶଇ ।
ଅସ୍ତଗାମୀ ସୂର୍ଯ୍ୟଙ୍କର ନାଲିରଙ୍ଗ ସ୍ପର୍ଶ
ତା ଦେହେ ଭରଇ ପୁଣି ବହଳ ରକତ।
ତାର ଶୁଭ୍ର ରୂପ ପୁଣି ରାତ୍ରି ଚନ୍ଦ୍ରାଲୋକେ
ଦିଶଇ ତାରକା ସମ ସବୁଜ ଆକାଶେ।
ବାରଟି ମାସରେ ପୁଣି ଛଅଟି ଋତୁରେ
ପ୍ରଭାବ ବିସ୍ତାର କରେ ସେ କ୍ଷିତି ଉପରେ।
ବିଲ ବାଡ଼ ବଣ ଅବା ଗିରି ନଈକୂଳ
ଦୋହଲୁଥାଏ ପବନେ ହୋଇ ଘାସଫୁଲ।।
ମନୋଜ କୁମାର ପଣ୍ଡା
ଅଡା, ବାଲେଶ୍ଵର
It’s really a good and helpful piece of facts. I’m pleased that you simply shared this valuable details with us. Be sure to keep us updated such as this. Many thanks for sharing.
Remarkable challenges below. I’m extremely delighted to peer your write-up. Thanks a lot and I am taking a look in advance to Make contact with you. Will you kindly fall me a mail?