*ଶ୍ମଶାନ*
————————————
ଶିବାଳୟ ଶବାଳୟ ନାମ ତା ଶ୍ମଶାନ
ସମଦର୍ଶୀ ପଣେ ତୁଲେ ନୁହେଁ କେ ସମାନ ।।
ରାଜା ପ୍ରଜା ସାଧୁ ଚୋର ନକରେ ବିଚାର
ଧନୀମାନି ଉଚ୍ଚନୀଚ୍ଚ ସବୁ ତା ନିଜର
ନିଏ କୋଳକରି ମଣେ ନାହିଁ ବଡସାନ
ଶିବାଳୟ ଶବାଳୟ ନାମ ତା ସ୍ମଶାନ ।।
ଶିବ ବି ମଙ୍ଗଳମୟ ଶବ ବି ମଙ୍ଗଳ
ଚିରଶାନ୍ତି ଲଭେ ଜୀବ ଲଭିଲେ ତା କୋଳ ।।
ଦାନୀପଣେ ନାହିଁ ସମ କେ ଧରା ଧାମରେ
ପଞ୍ଚଭୂତ ଏକାକାର ହୁଅଇ ତା ଠାରେ
ସମ,ସାନ ଭାବେ ନାହିଁ ନାମ ତା ଶ୍ମଶାନ
ସମଦର୍ଶୀ ପଣେ ତୁଲେ ନୁହେଁକେ ସମାନ ।।
ସତ୍ୟ ସନ୍ଧ ଲକ୍ଷ୍ମଣ ସେ ଜାଗ୍ରତ ପ୍ରହରୀ
ନପଡ଼େ ପଲକ କାଳେ କିଏ ଯିବ ଫେରି ।।
*ମନୋଜ କୁମାର ପଣ୍ଡା*
*ମୁଖ୍ୟ ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,*
*ଅଡା,ବାଲେଶ୍ଵର*