*ଜଳଦ କାଳ*
*(ସଜଲ ଶୈଳୀ-୦୪)*
ଘନ ଘନ ନାଦ କରଇ ଜଳଦ,ଶର୍ବରୀ ତମସାଚ୍ଛନ୍ନ
ବିଜୁଳି ଲତିକା ପଥପ୍ରଦର୍ଶିକା ହୁଅଇ ଦୀପ ସମାନ ।0।
ଭୀମ ସଗମ୍ଭୀରେ ଧ୍ୱନୀ ନିଚୟରେ ଜଳଦ ସ୍ତମ୍ଭୀତ କରେ
ବିଜୁଳି ଚମକେ ଚମକି କ୍ଷଣକେ ସଦା ଉଦ୍ ବିଗ୍ନ ଅନ୍ତରେ,
କ୍ଷଣପ୍ରଭା ଇନ୍ଦ୍ରଧନୁ ବିଭୂଷିତ ଜଳ ଭାରେ ନତ ଘନ
ଘନ ଘନ ନାଦ କରଇ ଜଳଦ,ଶର୍ବରୀ ତମସାଚ୍ଛନ୍ନ ।୦୧।
ଏକାଳେ ରମଣୀ ଗତ ସୁହର୍ଷିଣୀ ହୋଇ ରଚିଲେ ସୁବେଶ
କଦମ୍ବ କେସର କେତକୀ ଫୁଲର ଗୁମ୍ଫିତ ମାଳାରେ କେଶ ।୦୨।
ନୀଳ କୁବଳୟ ଦଳ ସମୁଚ୍ଚୟ ବର୍ଣ୍ଣେ ପୀନ ପୟୋଧର
ଅବଲମ୍ବୀ ନିମ୍ନେ ପ୍ରକମ୍ପି ପବନେ ମନ୍ଦଗତିର ବେଭାର
ନବଜଳକଣ ସ୍ପର୍ଶେ ଅନୁକ୍ଷଣ ଶିତଳତା ଲଭି ବନ
ବିଜୁଳି ଲତିକା ପଥପ୍ରଦର୍ଶିକା ହୁଅଇ ଦୀପ ସମାନ ।୦୩।
ବହୁଗୁଣଧାରୀ କାନ୍ତାଚିତ୍ତହାରୀ ତରୁଲତାର ବାନ୍ଧବ
ପ୍ରାଣୀ ପ୍ରାଣଭୂତ ନିର୍ବିକାର ଚିତ୍ତ ଜଳଦ କାଳଟି ତଵ ।୦୪।
ମନୋଜ କୁମାର ପଣ୍ଡା
ମୁଖ୍ୟ ସମ୍ପାଦକ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର