ରାତି (ହାଇକୁ-୦୬)
ସଞ୍ଜ ନଇଁଲେ
ଅନ୍ଧାର ଆସେ ମାଡ଼ି
ସମୀର ବହେ।….. (୧)
ଝିଙ୍କାରୀ ଗାଏ
ସେ ଅବୋଧ୍ୟ କବିତା
ଦୁଲୁକେ ହିଆ।…..(୨)
ଶାନ୍ତ ଶ୍ରମିକ
ଘୂମେଇ ତ ପଡିଛି
ବହୁ ଦୁଃଖରେ।…..(୩)
ଗୁମୁରି କାନ୍ଦେ
ନୂଆ ଭୁଆଶୁଣୀ ଟା
ସ୍ୱାମୀ ବିରହେ।……(୪)
ମଶାଣୀ ପଦା
ପିତାଶୁଣି ସେକୁଛି
ତା ପିଲା କସି।…….(୫)
ହିମ କାକରେ
ସବୁଜ ଘାସ ପରେ
ରାତିଟା କାନ୍ଦେ।—-(୬)
ଏହି ହାଇକୁ ରେ ମୁଁ ରାତିର ବିଭିନ୍ନ ପ୍ରହରର ଦୃଶ୍ୟ ବର୍ଣ୍ଣନା କରିଛି, ଆଶା କରୁଛି ଭଲ ଲାଗିବ।
ମନୋଜ କୁମାର ପଣ୍ଡା
ଅଡା,ବାଲେଶ୍ଵର
9340045335
253 total views, 1 views today
I actually really like your website.. Pretty wonderful colours & topic. Did you make this Web-site you? Make sure you reply back as I’m seeking to develop my very own private web page and need to discover where you bought this from or exactly what the theme is named. Many many thanks!