*ଦାବାଗ୍ନି*
ପ୍ରଭଞ୍ଜନ ପ୍ରବାହ ବଳରେ ଦବଦାହ
ପର୍ବତ ଦରୀରେ ଉଦୀପ୍ତ।
ତା ଘୋର ନାଦ
ଶୁଷ୍କ ବଂଶସ୍ଥଳ ସ୍ଫୁଟିତ।।
ଶୁଷ୍କତୃଣ ମଧ୍ୟରେ ପୁଣି ଶୀଘ୍ର ପ୍ରସରେ
ମୃଗଙ୍କୁ କରେ ଭୟାକୁଳ।
ସେ ବନାନଳ
ବନକୁ ଦହଇ ଚଞ୍ଚଳ ।।
ଏ ଅଗ୍ନି ଗୁରୁତର ହୋଇଥାଏ ପ୍ରଖର
ଶାଳ୍ମଳୀ ବନେ ଯେବେ ଲାଗେ
ସେ ବନଭାଗେ
ବୃକ୍ଷ କୋଟର ଦଗ୍ଧ ଆପେ।।
ତହୁଁ ସ୍ଫୁରିତ ଦୀପ୍ତି କନକ ଗୌର କାନ୍ତି
ରୂପକୁ ଧରଇ ସହଜେ।
ତା ଦଗ୍ଧ ତେଜେ
ଶୁଷ୍କ ପତ୍ରୁଁ ପତ୍ରକୁ ବିଜେ।।
ପବନ ବନେ ଚଳି ସେ ପତ୍ରୁଁ ଅଗ୍ନି ତୋଳି
ଭ୍ରମଇ ସକଳ ବନାନ୍ତ।
ସେ ଦଗ୍ଧୀଭୂତ
ହୋଅଇ ଅରଣ୍ୟ ନିୟତ ।।
*ମନୋଜ କୁମାର ପଣ୍ଡା*
ସମ୍ପାଦକ ,
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,
ଅଡା,ବାଲେଶ୍ଵର