#ମନର_ମାନସୀ_ମୋର
💃💃💃💃💃💃💃💃💃
ଭଲପାଇ ଭୁଲିଯିବା ଶିଖିନି ବୋଲି ମୁଁ
ଭଲପାଇବା କୁ ଡରୁଥାଏ
ଆଖିର ଲୁହ ମନର କୋହକୁ
ନିଜର ବକ୍ଷ ରେ ଚାପିଧରି ଅନ୍ତର ମୋ ଜଳୁଥାଏ ।।
ପ୍ରତ୍ୟେକ ଦିନ ମୋ ଉଷ୍ଣ ଅଶ୍ରୁ ଆଞ୍ଜୁଳାରେ
ତୁମର ମୁହଁକୁ ମୁଁ ଦେଖୁଥାଏ
ଧରିବାକୁ ଯେତେ ଚେଷ୍ଟା କଲେ ବି
ମୋ ହାତରୁ ଖସିଯାଏ ।।
ମନେମନେ କେତେ ଯେ ମାନସିକ କରିଥିଲି
ହୃଦୟକୁ ପ୍ରବେଶ କରିବ ବୋଲି
ହେଲେ କ’ଣ କରିବି ?
ତୁମ ବିନା ଦୁନିଆରୁ ଚାଲିଯିବି ।।
ଯିଏ ଯେତେ କହିଲେ ବି
ମୁଁ ତୁମକୁ ହୃଦୟ ରୁ ଭଲ ପାଏ
ଭଲ ପାଉଥିଲି, ପାଉଛି ଏବଂ ପାଉଥିବି
ଏ ଜୀବନ ଥିବା ଯାଏ।
ମନର ଆଇନା ରେ ଶକ୍ତ ଧକ୍କା ଲାଗିବ ବୋଲି
ଚେଷ୍ଟା କଲେ ବି କହିପାରେନା
ହେଲେ କଣ କରିବି କେମିତି ବଞ୍ଚିବି
ଏବେବି ବୁଝିପାରେନା।
ମୋ ମନ ବଗିଚା ରୁ ତୋଳି ତୁମକୁ
ଦେଲି କଳ୍ପନା ର ଗୋଟେ ରକ୍ତିମ ଗୋଲାପ
ହତାଦର କରିବନି ପ୍ରିୟେ ଏହି ଗୋଲାପ କୁ
ସାଦରେ ଘେନି ହୃଦୟ ଡାଇରୀରେ ସାଇତି ରଖିବ ।।
ଦୁର୍ବାର ଚେଷ୍ଟା କଲେବି
ତୁମର ସେ ନୀଳ ନୟନକୁ ପାରୁନି ଭୁଲି
ତଥାପି ଅପେକ୍ଷା ପଥର ପଥିକ ହୋଇ
ଚାହିଁ ମୁଁ ରହିଛି ତୁମେ ଫେରିବ ବୋଲି।
*ମନୋଜ କୁମାର ପଣ୍ଡା*
*ଅଡା,ବାଲେଶ୍ବର*
182 total views, 1 views today