#ଅଭେଦ୍ୟ_ରହସ୍ୟ
ଆଜି କାଇଁ ଇଚ୍ଛା ହୁଏ
ଅକସ୍ମାତ ଲେଖିବାକୁ
ଧୂସର ମାଟିରେ
ଅନ୍ଧାରୁଆ ଜୀଵନ ଉପରେ
କୁଢ଼ କୁଢ଼ ଅଳିଆ ଭିତରେ
କରୁଣ କବିତା ଟିଏ।।
ଆଜି କିଆଁ ଚିକ୍କଣ ଲାଗେ
ତୁମର ସେହି ରକ୍ତିମ ଗୋଲାପ ସଦୃଶ ବ୍ରଣଭର୍ତ୍ତି
ଗାଲଟି ହାଏ ….
ଆଜି କିଆଁ ମୁଁ ଏତେ ଅନ୍ୟମନସ୍କ ହୁଏ ?
ଆଜି କିଆଁ ଶୁଣାଯାଏ
ମୃତ୍ୟୁ ର ମାଙ୍ଗଳିକ ଧ୍ୱନୀ
ଚଇତାଳିର ହା ହା କାର…
ଅଧା ମଉଳା ବିଧବା ମାଳତୀ କୁଞ୍ଜରୁ।।।
ରାତି ନିଃସାଡ଼ ହେଲେ କିଆଁ
ତୁମ କଥା ଆଜ ବେଶି ମନେପଡେ
କାହିଁକି କେଜାଣି ତୁମ ପାଉଁଜି ର ସ୍ୱର
ଶୁଭୁଛି ଆଜି ବାରମ୍ବାର
ତୁମକୁ ଭୁଲିବାକୁ ଯାଇ
ପିଇ ଅଛି ଜହର
ରାସ୍ତାପାଖ ଢାବାରୁ…..
ଚାଲି ଯାଇଛ ତ ଯାଅ
ଦୁଃଖ ଜମା ମୋର ନାହିଁ
ହେଲେ ଟିକେ କହିଦିଅ
ନିଜ ମନରୁ ତୁମ ପ୍ରତିଛବି ଫେଡ଼ିବାର
ଦୁର୍ବାର ଅଭେଦ୍ୟ ରହସ୍ୟ ।।।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଓ ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*