#ଅପଢ଼ା ଚିଠି
ପାହାନ୍ତି ଫଗୁଣର ମଳୟ ହାତରେ
ପଠାଇଥିବା ସେ ହାତଲେଖା ଚିଠି
ଏବେବି ରଖିଛି ସାଇତି…..
ଏ କି ବିଡମ୍ବନା ତୁମର ସେ ଚିଠିକୁ
ସମୟ ପାଇନି ପଢିବାକୁ ଏଯାବତ
କଣ କେଜାଣି ତୁମେ ଲେଖିଥିବ
ଇଚ୍ଛା ତ ହୁଏ ପଢିବାକୁ ଅନେକଥର
ତୁମ ଅବ୍ୟକ୍ତ ମନର ନିରୋଳା କଥା
ଦୁଃଖ ର ବାୟାବସାରେ ଝୁଲି ଝୁଲି…..
ତୁମର ସେ ଚିଠି ନା କେବଳ ମିଛମାୟା
ଏକଥା ବୁଝି ପାରେନା ବାତୁଳ ମନ
ତୁମ ଚିଠି ପଢିବାକୁ ବାରମ୍ବାର ମୁଣ୍ଡ ଟୁଙ୍ଗାରି
ଇସାରା ଦିଅନ୍ତି ନିପଟ ଭୁଣ୍ଡା ମଫସଲି ଅଶାଗୁଡା
ସେମାନଙ୍କୁ କଣ ଅବା ଜଣା
ତୁମ ପରି ମାୟାବିନୀ ଜରାୟୁଙ୍କ ହାଵ ଭାବ
ଆଉ ଘରକରଣା……
ଆଉ ତୁମର ସେ ଚିଠିପଢି ଲାଭ କଣ
ତୁମର ସେ ଅପଢ଼ା ଚିଠି କୁ ନେଇ
ମୁଁ ଚାଲିଲି ମୃତ୍ୟୁ ର ନୀଳ ସାମ୍ରାଜ୍ୟକୁ…….
ମନୋଜ କୁମାର ପଣ୍ଡା