ପ୍ରାୟଶ୍ଚିତ
______________________
ତୋ ଜାଗାରେ ତୁ ଠିକ୍ ମୋ ଜାଗାରେ ମୁଁ ଠିକ୍
ଏ କଥା ସିନା ଅକାଟ୍ୟ ସତ୍ୟ
ତୋ ଜାଗାକୁ ଯାଇ ମୁଁ ତର୍ଜମା କଲି ଯେବେ
ବୁଝିଲି ତୋ ପ୍ରେମର ମହତ।।
ମନେ ପଡ଼ି ଗଲାରେ ସେ ପିଲାଦିନ ମୋର
ପ୍ରେମମୟ ପ୍ରତିଟି ମୁହୂର୍ତ୍ତ
ମୋ ପାଇଁକି ପାଇଛୁ ତୁ ଅଗଣତି ଶାସ୍ତି
ତଥାପି ରହିଛୁ ମୋ ସହିତ।।
କଷ୍ଟ ପରେ କଷ୍ଟ ମୁଁ ଦେଇ ଚାଲିଛି ତୋତେ
ସହିବାର ଶେଷ ସୀମା ପର୍ଯ୍ୟନ୍ତ
ଦେଖେଇନୁ କେବେ ତୁ ହେଲେ ଦେଖିଛିରେ ମୁଁ
ଯନ୍ତ୍ରଣା ତୋ ହୃଦୟେ ଶତ ଶତ।।
ପ୍ରତିଟି ଭୁଲ୍ ପାଇଁ ଜଳୁଛିରେ ଏଠି ମୁଁ
ଅନୁତାପ ଅଗ୍ନିରେ ଅନୁତପ୍ତ
କ୍ଷମା ବି ଚାହୁଁନି ମୁଁ ସଜ୍ଜା ଦେ ଭୁଲ୍ ପାଇଁ
କରିବିନି ଦୁଃଖ ତିଳେ ମାତ୍ର।।
ଦୁଃଖ କଷ୍ଟ ଯନ୍ତ୍ରଣା ଯେତେ ବି ଅଛି ତୋର
ବାଣ୍ଟିଦେ ରେ ସବୁ ମୋ ସହିତ
ତୋ ହସ ଖୁସି ପାଇଁ ନିଜକୁ ସମର୍ପି ଦେଇ
କରିବାକୁ ଚାହେଁ ପ୍ରାୟଶ୍ଚିତ।।
ଦିନେଶ ନନ୍ଦିନୀ ବେହେରା, କଟକ
✍🏻Dinesh Nandinee Behera, Cuttack
I think the admin of this site is genuinely working hard for his web site, for
the reason that here every stuff is quality based information.
It’s truly very difficult in this active life to listen news on Television, so I only use web
for that reason, and obtain the latest news.