*** ପ୍ରାୟଶ୍ଚିତ ***
ଭୁଲ୍ ପରେ ମଣିଷ ଭୁଲ୍ କରେ
ପୁଣ୍ୟ ମିଳିଯାଏ ପ୍ରାୟଶ୍ଚିତରେ l
ଭୁଲ୍ କରି କ୍ଷମା ଦିଅ ଉଚ୍ଚାରି
ପୁଣି ଦୁଃଖ ଦିଏ ମଣିଷ
ସବୁ ଜାଣି ବିଚାରି l
ପୁଣି କରେ ମଣିଷକୁ ଦୁଃଖୀ
କି ଲାଭ ମିଳେ ? କି ଖୁସି !
ପ୍ରାୟଶ୍ଚିତ ଏକ ଏମିତି ଔଷଧ
ଭୁଲ୍ କରନ୍ତିନି ତାହା ନିଷେଧ l
ଚିହ୍ନି ପାରିଲେ ନିଜକୁ ଚଣ୍ଡାଶୋକ
କର୍ମ ଜାଣି ହେଲେ ଧର୍ମାଶୋକ
ଦୁନିଆରେ କେହି ନାହିଁ
ଶାନ୍ତି ପାଇନି ଯେ ପ୍ରାୟଶ୍ଚିତ ଚାହିଁ
ଶତୃ ଯେ ମିତ୍ର ବୋଲିବେ
ଏ ପଥେ ଯେବେ ଯେ ଚାଲିବେ
ମାଡ ଖାଇ ପଛେ ରହିଯିବେ
ଯେତେ ଗାଳି କଲେ ସହିଯିବେ l
ବିଷକୁ ଅମୃତ କରେ ପଶ୍ଚାତାପ
ଗର୍ବ ଅହଙ୍କାର କରେ ନିଷ୍ପାପ l
ନିଜେ ସୁଧୁରିଲେ ଜଗତ ଖୁସି
ଜଗତ ଖୁସିରେ ନିଜର ହସି l
ନାମ – ଡିଲେଶ୍ୱରୀ ମେହର
ବିଜେପୁର, ବରଗଡ଼
thanks for information