ଶୀର୍ଷକ:- ପ୍ରାୟଶ୍ଚିତ
___________________
ଇଛା ହୁଏ ଓହରି ଯିବାକୁ
ଜୀବନର ଛକାପଞ୍ଝା ଖେଳରୁ
ପୁଣି ଖିନଭିନ୍ ଭାବେ
ହତ୍ୟା କରନ୍ତି ସ୍ବପ୍ନ ସବୁକୁ
ଚିନ୍ତା ଆଉ ଚେତନା ର ଉର୍ଦ୍ଧ୍ବରେ
ବିନା ପ୍ରାୟଶ୍ଚିତ ରେ
କିଛି ଗୋଟେ ସ୍ବତନ୍ତ୍ର
କରିନିଅନ୍ତି ଆବିଷ୍କାର
ଲୁଚେଇବାକୁ ମୋ ଦେହରେ
ବାପାଙ୍କ ର ସେ ଝାଳ ର ଦାଗକୁ
ବାହାନା ଖୋଜନ୍ତି ପ୍ରାୟଶ୍ଚିତ ନକରିବାକୁ
ଭାଙ୍ଗି ପାରନ୍ତି ସେ ସବୁ
ମନ୍ଦିରର ପଥର ମୂର୍ତ୍ତି
ତୁନି କରାନ୍ତି ମା କୁ
ସଞ୍ଜ ଆଳତି ନଦେବାକୁ
ବିନା ପ୍ରାୟଶ୍ଚିତ ରେ
କ୍ଷମା ଦିଅନ୍ତି ନିଜକୁ
ଡେଇଁ ଥିବା ଅପେକ୍ଷା ର
ସବୁ ସୀମା କୁ
ଅଳି କରି ମାଗନ୍ତି
ସୁଧ ସହ ଫେରାଇବାକୁ
ନଚେତ ବାଧ୍ୟ କରାନ୍ତି ସମୟକୁ
ପ୍ରାୟଶ୍ଚିତ କରିବାକୁ
କେବେ କେବେ ଦେଖି ନିଅନ୍ତି
ଦୂର ଆକାଶ ର ଭବିଷ୍ୟତ
କଟାକ୍ଷ ପରି ନଚାହିଁ
ତୋଳି ଧରନ୍ତି ଅପେକ୍ଷାର ଅନ୍ତ
ସମୟ ଶେଷରେ ମନ ଭରି
କିନ୍ତୁ କରନ୍ତି ପ୍ରାୟଶ୍ଚିତ….
✍️LaxmiPriya Mohanty ,
Jagatsinghpur