ପ୍ରାୟଶ୍ଚିତ
***********
*ଆଜି ଆଖିରେ
ଅଥଳ ସାଗର କୂଳ ଲଂଘିଛି
ମନରେ ସ୍ମୃତି କୁମୁଦିନୀ ଫୁଟି
ସୃଷ୍ଟି କରିଛି ଲୋମହର୍ଷଣକାରୀ ଆଲୋଡନ
ପୁଣି ହୃଦୟ ର ଜମି ଆବୋରି ବସିଛି
ଅନେକ କଷ୍ଟ ଆଉ ଯନ୍ତ୍ରଣା କୁ
*ତୁମେ ଜାଣ ନି ସିନା
କିନ୍ତୁ,ତୁମ ଛବି ଦେଖିଲେ
ମୋ ଆଖିରେ ସୃଷ୍ଟି ହୁଏ ନେତ୍ରୋତ୍ସବ
ତୁମ ହାସ୍ୟରତ ଚେହେରା
ଭୁଲାଇ ଦିଏ ମୋ ବିଗତ କଷ୍ଟ
*ତୁମ ଆଢ଼ୁଆଳରେ ସୃଷ୍ଟି
ଏଇ କୋହଭରା କାହାଣୀ
ନିଜକୁ ତୁମାପଖେ ସମର୍ପି ସାରିଲା ପରେ
ଜଣାପଡିଛି ତୁମେ ଅନ୍ୟତ୍ର ସମର୍ପିତ
ତୁମକୁ ଦୋଷ ଦେବା ଆଗରୁ
ଶତ ବାର ଭାବିବାକୁ ପଡେ
*ଅଜାଣତେ କରିଥିବା (ପ୍ରେମ)ପବିତ୍ର ପାପ
ଆଜି ଅନେକ ଦୁଃଖ ର ବୀଜ ବୁଣି ଚାଲିଛି
ତୁମକୁ ପାଇବା ନାଁ ରେ ସୃଷ୍ଟି ହେଇଥିବା
ପବିତ୍ର ପାପ ,ପାଲଟିଛି ଦୁଃଖ ର ଗନ୍ତା ଘର
ଭୁଲିବା ଆଳରେ ମୁଁ
କରିଚାଲିଛି ଅନେକ ପାପ ।
*ଏବେ କେବଳ ତୁମ ଠାରୁ
ଏତିକି ଶୁଣିବା ର ଅପେକ୍ଷା ରେ ମୁଁ ଜୀବିତ
ତୁମେ ମତେ କହିବ_
ତୁମ କୁ ଭଲପାଇବା ର ପ୍ରାୟଶ୍ଚିତ ମୁଁ କରିବି
ନା ଭୁଲିବା ର ,
ତୁମକୁ ଲେଖିବା ର ପ୍ରାୟଶ୍ଚିତ କରିବି ନା
ସବୁ ଦିନ ପାଇଁ ଲିଭେଇବାର,
ତୁମ ପାଇଁ ହସିବା ର ପ୍ରାୟଶ୍ଚିତ କରିବି ନା
କାନ୍ଦିବାର ।
*ସବୁ ପରେ ତୁମ ଅପେକ୍ଷା
କେବଳ ପ୍ରାୟଶ୍ଚିତ ରେ ଶେଷ
ପ୍ରାୟଶ୍ଚିତ…… ।***
Name_Deepika perei
District_keonjhar