ଗାଁ ଅଭିଆଡୀ ଝିଅ
,,,,,,,,,,,,,,,,,,,,,,,,,
ସରୋଜ କୁମାର ସାହୁ
ଶୁଖିତ ଗଲାଣି ଗାଡିଆ ପୋଖରୀ
ପଡିଶା ଘରର କୂଅ
କେମିତି ବୋହିବେ ମାଠିଆ ମୁଣ୍ଡେଇ
ଗାଁ ଅଭିଆଡୀ ଝିଅ।
ଘରଠାରୁ ଦୂର କୋଷେ କି ଦିକୋଷ
ଖାଲି ପାଦରେ ସେ ଚାଲି
ଧାଡିଧାଡି କରି କରିବେ ଅପେକ୍ଷା
ପାଣିଟେ ଆଣିବେ ବୋଲି।
ଆଗ ପଛ ପାଇିଁ ଠେଲାପେଲା ହୋଇ
ଅଧଘଡି ହେବ ଡେରି
କିଏ ବି ଆସିବ ମୁହଁ ଫୁଲେଇକି
ଖାଲି ମାଠିଆକୁ ଧରି।
ଯେତେ ଧୀରେ ପୁଣି ଚାଲିଲେ ବାଟରେ
ଅଧା ଅଧି ହେବ ଓଦା
କେମିତି ଫେରିବେ ଗାଁ ଡାଣ୍ଡଟାରେ
ପିନ୍ଧି ପୁଣି ଓଦାଲୁଗା।
ମେଳି କରୁଥିବେ ବାତେରା ପିଲାଏ
ଆଖି ମିଟିକାକୁ ମାରି
ମିଛେମିଛେ ଖାଲି ଗପକୁ ଜମେଇ
ଚାହୁଁଥିବେ ମନଭରି।
ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪
1,424 total views, 1 views today