🌹🙏 ସକାଳ ଜଣାଣ 🙏🌹
=====================
ବାଇଶି ପାହାଚ ଶିଳାଖଣ୍ଡେ ମତେ
କରିଦେ କାଳିଆ ତୁହି
ତୋଭକତପାଦ ବାଜିଲେ ମୋଦେହେ
ମୁକତି ଲଭିବି ମୁହିଁ !!
ନୀତି ଦେଖୁଥିବି ତୋ କଳାବଦନ
ବାଇଶି ପାହାଚେ ଥାଇ
ନୀତି ଶୁଣୁଥିବି ତୋ ନାମ ଭଜନ
ପାପ ଯେତେ ଯିବଧୋଇ
ଦୟାର ସାଗର ଦୟା ରଖିଥିବୁ
ଆଉ କିଛି ଲୋଡ଼ନାହିଁ !!
ପାପନେତ୍ର ମୋର ପୁଣ୍ୟ ଅରଜିବ
ରହିବି ତତେରେ ଚାହିଁ
ଦୋଷ କରିଥିଲେ ଦଣ୍ଡିବା ଶକତି
ଅଛିତୋର ହେଗୋସାଇଁ
ପାଖରେ ରଖିବୁ ମୋକ୍ଷ ମତେ ଦେବୁ
ଯଶ ରଖିଯିବୁ ତୁହି !!
=======
ଶୁଭେନ୍ଦୁ କୁମାର ମହାପାତ୍ର
418 total views, 1 views today