April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଦାରିଙ୍ଗିବାଡ଼ି : ଅତୀତର ଏକ ପୃଷ୍ଠା–ଦୀପିକା_ଦାଶ*

#ଦାରିଙ୍ଗିବାଡ଼ି : ଅତୀତର_ଏକ_ପୃଷ୍ଠା
★★★★★★★★★★★★★
ଛାତି ମୋର ରକ୍ତାକ୍ତ କରି
ଦାରିଙ୍ଗିବାଡ଼ି ବକ୍ଷ ଚିରି
ଆଗକୁ ମାଡ଼ିଚାଲିଛି ଗାଡ଼ି,
ଦୁଇପାଖର ଧାଡ଼ି ଧାଡି ଅର୍କିଡ଼ ଫୁଲ
ଓ ତହିଁର ମାଦକତା
ଅଚିରେ ପ୍ରକୃତିର ସେଇ ଅପୂର୍ବ ସବୁଜ ଶାଢ଼ୀକୁ ଉଡାଇନେଲା
ଧୂମ୍ରାଭ ଅତୀତର ଖଣ୍ଡିଆଭୁତ !

ଟିକିଏ ସାହସ ସଂଚରି ଯଦି
ସେହି ଦିନ ବାପାଙ୍କୁ ଦେଇ ପାରିଥାନ୍ତି
ଅବଜ୍ଞା ମୂଳକ ଉତ୍ତରଟିଏ
ଆଜି ହୁଏତ ତୁମ ହାଣ୍ଡିରେ କାଙ୍ଗୁ ରାନ୍ଧୁଥାନ୍ତି ।

ଧନାଢ୍ୟ ସହରିଆ ଢାଞ୍ଚାର
ଦୁର୍ବିସହ ଜୀବନଠାରୁ ଦୂରରେ
ପ୍ରକୃତ ସମ୍ପର୍କର ନିଶ୍ୱାସଟେ ନେଇଥାନ୍ତି
ତୁମ ସହ ଏଇ କଫି ବଗିଚାରେ ।

ତୃପ୍ତି କାହିଁ ସେହି ସହରିଆ ‘ଗ୍ରୀନ୍ ଟି’ ରେ,
ଯେଉଁ ଆତ୍ମତୃପ୍ତିର ଜଳ ଲୁଡୁ ଝରଣାରୁ ବହିଯାଏ ?
ମହୁଲ ପିଠାର ମହକ କାହିଁ
ସହରିଆ “ପିଜା ବର୍ଗର୍” ରେ !

ବାପାଙ୍କ ଏକା ଜିଦ ପ୍ରେମର ଉଷ୍ମତା ଠାରୁ
ପକେଟର ଉଷ୍ମତା ଖୁବ ଉର୍ଦ୍ଧ୍ବରେ ।

ମୋ ଘରୁ ତୁମ ଘର ଯାଏଁ ପ୍ରଲମ୍ବିତ ପଥ ପାଥେୟ
ହଜିବାକୁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ
ପଥିକର ନୂଆଁ ନୂଆଁ ବଦଳାଇଥିବା ଠିକଣାରେ ।

ଅସୁସ୍ଥ ହେଲେ ଖୁବ ମନେପଡ଼
ଜାଣିଛ ସେତେବେଳେ କଣ କରେ ?
ନିସଙ୍ଗପଣର ଦୁଇ ଢ଼ୋକ ଲୁହକୁ
ପଥ୍ୟ କରି ନୀରବରେ ଶୋଇଯାଏ ।

ଏବେ ବି କାନରେ ଝାଇଁ ଝାଇଁ କରି ବାଜି ଉଠୁଛି
ବାପାଙ୍କ କ୍ୱାର୍ଟର ପାଖକୁ ଆସି ତୁମେ ଗାଉଥିବା
କୁଇ ଗୀତର ସ୍ୱର…
ଆମ ଵିଵାହର ପୂର୍ବ ପ୍ରସ୍ତୁତିରେ ତୁମେ ବଜାଇଥିବା
ଖଞ୍ଜଣିର ତୀର ।

ଦେଖିଯାଅ ମୁଁ ଏବେ ଐଶ୍ୱର୍ଯ୍ୟଶାଳିନୀ ଅଥଚ ସର୍ବସ୍ୱାନ୍ତ
ମୋର ସ୍ତ୍ରୀ ହେବାର ଅଧିକାର କାହିଁ ଲୁଚିଗଲା
ପ୍ରାଚୁର୍ଯ୍ୟର ଏହି ଅଦମ୍ୟ ଆବରଣରେ ।

ତୁମକୁ ଝୁରିଝୁରି ଏ ଆଖି ଖୁବ କ୍ଳାନ୍ତ,
ଶୋଇଯାନ୍ତି କି ମାଟିରେ ଲୋଟି ପଡ଼ିଥିବା କେନ୍ଦୁପତ୍ର ପରି
ପ୍ରଶାନ୍ତିର ଚିର ନିଦ୍ରାରେ
ଏଇ ଦାରିଙ୍ଗିବାଡ଼ିର ଶାଳ ସଲପ ବଣରେ
ନିଶ୍ଚିହ୍ନ ହୋଇଯାନ୍ତି ତୁମରି ଆତ୍ମାରେ ।

ତୁମର କଣ ମୁଁ ମନେନ’ଥିବି
ଜାଣେ ତୁମ ନିଶ୍ୱାସ ପ୍ରଶ୍ୱାସରେ ମୁଁ
ଝାଉଁବଣର ବିଶୁଦ୍ଧ ଅମ୍ଳଜାନ ହୋଇ ବହୁଥିବି ।

କେହି କେହି କୁହନ୍ତି
ସୁରୁଜ ଅସ୍ତ ହେଲେ କୁଆଡ଼େ
ବିବର୍ଣ୍ଣ ରୂପ ଚକ୍ଷୁ କୋଟରାଗତ ଜଣେ ପାଗଳ
ପୂର୍ବରୁ ତୁମେ ମୋତେ ଶୁଣାଉଥିବା ଗୀତ

“ଅନାଇ ଜୀୟୁ ବିଡୁ…
ଡୋପି ମାଇଁ ଡାଙ୍ଗାଣିଡୁ”

ବାପାଙ୍କ କ୍ୱାର୍ଟର ପାଖ ସିଲବାଟା ଗଛ ତଳେ
କରୁଣ ଚିତ୍କାର କରେ ।
★★★★★★ଦୀପିକା_ଦାଶ

Loading

2 thoughts on “*ଦାରିଙ୍ଗିବାଡ଼ି : ଅତୀତର ଏକ ପୃଷ୍ଠା–ଦୀପିକା_ଦାଶ*

  1. First off I want to say great blog! I had a quick question in which I’d
    like to ask if you do not mind. I was curious to find out how you center yourself and clear your thoughts before
    writing. I’ve had a hard time clearing my thoughts in getting my thoughts out there.
    I do enjoy writing but it just seems like the first 10
    to 15 minutes are usually lost just trying to figure out how to begin. Any suggestions or tips?
    Many thanks!

  2. Woah! I’m really enjoying the template/theme of this website.
    It’s simple, yet effective. A lot of times it’s challenging to
    get that “perfect balance” between user friendliness and appearance.

    I must say you have done a superb job with this.
    Additionally, the blog loads very quick for me on Internet explorer.
    Exceptional Blog!

Leave a Reply to daftar situs judi Slot Cancel reply

Your email address will not be published. Required fields are marked *