ରାଣ
“”””””””””

ରାତ୍ରୀର ଅଳସ ଭାଙ୍ଗି ଆଖିର ଝାମ୍ଫରେ,
ପାହାନ୍ତି ସକାଳେ ଶୁଭୁଥିଲା ତୁମ ପ୍ରତିଧ୍ଵନି
ଧିରେ ଧିରେ ପାଦଥାପି ତୋ ପାଶେ ଯେଵେ
ଗଲି,
ଜାଣେନି କେମିତି ତୋ ହଳକ ଆଖିରେ
ନିର୍ବାକ ନିସ୍ପନ୍ଦ ହୋଇ ମାତଙ୍ଗିନୀଟେ
ସାଜିଗଲି l

କି ମହୁରା ଲଗାଇ ଦେଲୁ ପ୍ରଶାନ୍ତ ଚିତ୍ତ
ଅଶାନ୍ତ ହେଲା
ମୋ ଜୀଵନରେ ରାଣ ଖାଇ ଵସାଟିଏ ଗଢୁଗଢୁ
ଅଲକ୍ଷ୍ୟରେ ନିଜଠୁ ନିଜର ହୋଇଲୁ !
ପ୍ରେମ ନିର୍ଵାଚନେ ନିର୍ଵାଚିତ କରି ରାଣ ଯେଵେ
ମତେ ଦେଲୁ
ମୋ ଜୀଵନପୃଷ୍ଠାରେ ଭଲପାଇବାର ଘରଟିଏ
ତୋଳିଦେଲୁ l

ପ୍ରିତୀର ରଙ୍ଗରେ ରଙ୍ଗେଇ ହୋଇ ଵିଶ୍ଵାସର
ନଅରରେ
ପ୍ରେମର ଯମୁନା ଵହିଗଲା ପରେ ,
ସ୍ନେହ ମମତାର ମହାନଦୀ ଲମ୍ଵିଗଲା
ତୋ ଆଡେ
ପ୍ରେମ ପ୍ରତିଧ୍ଵନି ଲଳିତ ସ୍ଵରରେ ମୋ ହୃଦୟର
ପ୍ରକୋଷ୍ଠେ ଵୋଳିଲୁ ଶୀତଳ ଲଵଣୀ
ଲାଗିଲା ରାଣ ଖାଇ ଆଜି ଏ ଦୁନିଆରେ ପରମ
ଵନ୍ଧୁଟେ ପାଇ ଯାଇଛି।

ତେଜସ୍ଵିନୀ ସାମଲ
ରାଜକନିକା,କେନ୍ଦ୍ରାପଡା

 617 total views,  3 views today

Leave a Reply

Your email address will not be published. Required fields are marked *