🙏ରାଣ🙏
*********

ପ୍ରତିଶୃତି ଓ ବଚନବଦ୍ଧାତାର
ଅନ୍ୟ ଏକ ନାମ “ରାଣ”
ତା ଆଗରେ ଫିକାପଡେ
ପ୍ରତିହିଂସା ର ଶହ ଶହ କମାଣ।।
ହଁ, ସେ ଅଶୀ ଠାରୁ ଶକ୍ତିଶାଳୀ
ନିମିଷକେ ଖିନ୍ ଭିନ୍ କରିପାରେ
ପ୍ରତାରଣାର ଦୁର୍ଗ
ଆଉ ଦେଖେଇପାରେ ସଭିଁଙ୍କୁ
ଶ୍ରଦ୍ଧା ଓ ପ୍ରେମର ନୂଆ ଏକ ମାର୍ଗ।।

“ରାଣ” ସମ୍ପର୍କର ସାତ ସୁରରେ
ଗାଇପାରେ ଆତ୍ମୀୟତାର ନୂଆ ଏକ ଗୀତି
ଦେଇପାରେ ଅସୀମିତ ପ୍ରିତୀ
ରଚିପାରେ ବିଭତ୍ସ ଭୟାଭୟାତାର
ପ୍ରିତୀପୂର୍ଣ୍ଣ ଇତି।।

“ରାଣ” ଏକ ବନ୍ଧନ
ଯିଏ ବାନ୍ଧିପାରେ ଏକତାର ସପ୍ତସିନ୍ଧୁ
ଆପଣାପଣର ପାରିଜାତ ନେଇ
ଗଢିପାରେ ସମ୍ଭାବନାର ନୂଆଁ ଏକ ଇନ୍ଦୁ……!

“ରାଣ”
ସେ’ତ ସୃଷ୍ଟିର ଆଦ୍ୟବିନ୍ଦୁ
ସେ’ତ ସୃଷ୍ଟିର ଆଦ୍ୟବିନ୍ଦୁ।।

 

©®ମନୋଜ କୁମାର ମହାନ୍ତ
ମୟୂରଭଞ୍ଜ।।

 176 total views,  2 views today

Leave a Reply

Your email address will not be published. Required fields are marked *