ଶୀର୍ଷକ:- ରାଣ
**************
ରାଣ ହିଁ ମମତ୍ୱ ରାଣ ହିଁ ବନ୍ଧୁତ୍ୱ
ରାଣ ହିଁ ଅନ୍ତର ଆତ୍ମା,
ରାଣଟି ଅଟଇ ସୁରକ୍ଷା କବଚ
ରାଣ ଦେଉ ଛୁଇଁ ଗୀତା ।।
ମୋ ରାଣ ପକେଇ ସାଙ୍ଗ ଟି ବୁଝାଏ
ପୁଅ ବୁଝାଏ ମାଆଙ୍କୁ,
ପତ୍ନୀ ଟି ବୁଝାଏ ନିଜ ରାଣ ଦେଇ
ଦେବତା ତୁଲ୍ୟ ସ୍ୱାମୀଙ୍କୁ ।।
ଅବୁଝା ମନକୁ ବୁଝାଇବା ପାଇଁ
ରାଣଟି ଅମୋଘ ଅସ୍ତ୍ର,
ରାଣ ପାଖେ ହାର ମାନିବାଟି ଥୟ
ଯେତେସବୁ ତନ୍ତ୍ର ମନ୍ତ୍ର ।।
ତିନିଗାର କାଟି ରାଣ ଦେଇଥିଲେ
ସୀତାଙ୍କୁ ବୀର ଲକ୍ଷ୍ମଣ,
ରାଣଉଲଘଂନେ ଠିକେ ଲେଖାହେଲା
ସାତକାଣ୍ଡ ରାମାୟଣ ।।
ଠାକୁରଙ୍କ ରାଣ ଆମେ ଦେଇଥାଉ
ବିପଦ ଆପଦ ବେଳେ,
ରାମବାଣ ପରି ଟାଣ ଏହି ରାଣ
ସଦା ଥିବ ମହୀତଳେ ।।
ସିମାଞ୍ଚଳ ଖଟୁଆ
Simanchal Khatua
Utkal Bipanna sahayata Samiti,Sector-A,Zone-D
Mancheswar, Industrial Estate,Bhubaneswar.
544 total views, 1 views today