ରାଣ କହେ ମୋର ବି କିଛି କହିବାର ଅଛି…
__________________________
ରାଣ କହେ
ସତେ ମୁଁ କେତେ ଅମୂଲ୍ୟ, ଦୁର୍ମୂଲ୍ୟ
ମୋତେ ନେଇ
ସଂପର୍କ ଏବେ ପାଣିଚିଆ
ଅନେକ ପ୍ରଶ୍ନବାଚୀ ଚିହ୍ନ
ଅନେକ ଅଧାଗଢ଼ା ସ୍ୱପ୍ନ
ଅନେକ ରୀତିନୀତି ଭଙ୍ଗ
ଅନେକ ଯୁଗର ପରିବର୍ତ୍ତନ
ପ୍ରତି ଯୁଗେ ମୋତେ ନେଇ
ଅନେକ ବଚସା
ଅନେକ ରାଗରୁଷା
ଅନେକ କିଛି ମିଥ୍ୟା ନେଣଦେଣ..
କିନ୍ତୁ ଯଦି ଦେଖିବ ରାଣକୁ
ଗଭୀର ଭାବରେ
ତେବେ ରାଣ ସତେ
ନିର୍ମୋହରେ ମୋହଟିଏ
ଅପ୍ରାପ୍ତିରେ ପ୍ରାପ୍ତି ଟିଏ
ନିରାଶାରେ ଆଶା ଟିଏ
ପୁଣି
ଅମଡ଼ା ବାଟକୁ ନ ଯିବାର
ଏକ ଅମାୟିକ ପଥଟିଏ..
©® ସନ୍ଧ୍ୟାରାଣୀ ଦାଶ
କୋରାପୁଟ
_____________
602 total views, 1 views today