ରାଣ
✍️ ଜିତୁନନା

‘ବିଦ୍ୟାରାଣେ’ ତମେ ଆରମ୍ଭ କଲ ଯେ
‘ବାକ୍ୟରାଣ’ ପାଠ ଗଲିତ ଭୁଲି,
‘ବାପାମା’ ରାଣେ’ ଏମିତି ଦାବିଲ
ଅପ୍ରିୟ ସତକୁ ଡୋରି ବାନ୍ଧିଲି ।୧।

ବାହାବେଦୀରୁ ସେ ‘ସ୍ତ୍ରୀ ରାଣ’ ପଡ଼ିଲା
ପ୍ରେମରେ ଲାଗିଲା ନିଆଁ,
‘ପ୍ରେମିକା ରାଣ’ ବି ଖୋଜିକି ଯୋଡିଲ
ବୁଲେଇଲେ ସବୁ ଭୁଆଁ ।୨।

‘ଛୁଆଙ୍କ ରାଣ’ ବି ଏମିତି ଥୋଇଲ
ନିଶାତକ ଦେଲ ଛଡେଇ,
‘ସାଙ୍ଗ ରାଣ’ ପୁଣି ଆବିଷ୍କାର କରି
ଚାଲିଲତ ସବୁ ଭଣ୍ଡେଇ ।୩।

‘ବନ୍ଧୁବାନ୍ଧବଙ୍କ ରାଣ’ ମିଶେଇଲ
ସମ୍ପର୍କ ଘନିଷ୍ଠ ହେଲା,
‘ଭାଇଭଉଣୀର ରାଣ’ ଜଣେଇଲ
ସଭିଏଁ ଫେଣ୍ଟନ୍ତି ଭଲା ।୪।

‘ଶାଶୁଶ୍ୱଶୁରଙ୍କ ରାଣ’ ଦେଇ ତମେ
ମୋତେ, ଘାଇଲା କରି ଦେଇଛ,
ତୁମସେ ‘ମୋ ରାଣେ’ ଏତେ ପାୱାର ଯେ
ଖାଲି କଲବଲ କରି ମାରୁଛ ।୫।

‘ଯାବତୀୟ ରାଣ’ ତୁମ ଜିଭ ଅଗେ
କାଇଦା ବି ସବୁ ଜଣା,
ପୁଣି ‘ମୁଣ୍ଡଛୁଆଁ ରାଣେ’ ଇନ୍ତି ଯୋଡ ଯେ
ହେଇଥାଏ ବୁଦ୍ଧି ବଣା ।୬।

ଶେଷେ, ‘ଠାକୁରଙ୍କ ରାଣ’ ତମକୁ ଲାଗିଲା
ଶିଖି, ନୂଆରାଣେ ଛନ୍ଦ ନାହିଁ,
ଘରଣୀ ନହେଲେ ଘରୁ ତଡିଦେବ
ବାବାଜୀ ସାଜିବି ମୁହିଁ ।୭।

🙏ବି. ଶଙ୍କର ମିଶ୍ର, ସାମ୍ବାଦିକ
ସର୍ବସାଧାରଣ ଖବରକାଗଜ
ବଡ଼ସାହି, ମୟୂରଭଞ୍ଜ

 168 total views,  1 views today

Leave a Reply

Your email address will not be published. Required fields are marked *