Il ଭାଗବଣ୍ଟା ll
ଇଂ. ବିଚିତ୍ରାନନ୍ଦ ମୁନୀ
କେଉଁ ଛାତିରେ ମୁଁ
ଧରିବି ଧଇର୍ଯ୍ୟ
ଭାଗ ବଣ୍ଟା ପାଇଁ ତୁମ,
କଥା ଦେଇ ରୂପ
ବଦଳାଇ ଦେଲ
ସମର୍ପି ଅନ୍ୟଠି ପ୍ରେମ ll
ଛଳନାରେ ଆଣି
ଅନ୍ୟର ଉଚିଷ୍ଟ
ପରସି ଦେଲ ହରଷେ,
କିଉତ୍ତର ଦେବି
ପାରୁନି ମୁଁ ଜାଣି
ସ୍ତବ୍ଧ ଚାହିଁଛି ବିରସେ ll
ଏତେ ନିଦାରୁଣ
ହୋଇଲ କେମନ୍ତେ
କୁହ ପ୍ରେମମୟୀ ରାଧା,
କଥା ଦେଇ ଦିନ
କେଇଟାରେ ଆନେ
ପଡିଲ କେମିତି ବନ୍ଧା ll
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ
714 total views, 1 views today