Il ପ୍ରତାରଣା ll
ଇଂ. ବିଚିତ୍ରାନନ୍ଦ ମୁନୀ
ଶୁଷ୍କ କୄକେ ଯେହ୍ନେ
ପ୍ରଣୟ ପିପାସl
ମାରୁଥିଲା କାମ ତାପେ
ମିଳନ ତୃଷାର୍ତ୍ତ
ଭାଙ୍ଗୁଥିଲା ମେରୁ
ତେଣୁ ଥିଲ ପ୍ରୀତି ତପେ ll
ଉନ୍ମାଦିତ ହୃଦ
ସିନ୍ଧୁ ଜଳେ କ୍ଷଣେ
ଲହଡି ଭାଙ୍ଗି ସନ୍ତର,
କାମ ରଣାଙ୍ଗନେ
କନ୍ଦର୍ପର ତୀର
ବିନ୍ଧି ତନୁଶାୟୀ କର ll
ପ୍ରୀତି ମଦିରାରେ
କରି ମତୁଆଲା
ଭାବପ୍ରବଣତା ରଚି,
ଖେଳି ନାନାରଙ୍ଗେ
କରାଅ ବିବସ
ତୃପ୍ତି ସୁଧା ରସ ସିଞ୍ଚି ll
କ୍ଷଣେ ଦେହ ଦାହି
ହୃଦ ଦିଅ ଦୁଇଁ
ଅବିଳମ୍ବେ ପ୍ରିୟତମ,
ବିରହ ବେଦନା
ନପାରେ ମୁଁ ସହି
ଝଙ୍କୃତ କରଇ ଲୋମ ll
କୋଟି ଆମନ୍ତ୍ରଣ
ଯେବେ ନେଲା ଟାଣି
ଠିକଣା ହଜିଲା ତୁମ,
ପାରିଲିନି ଆଉ
କରି ଆବିଷ୍କାର
ଫେରିଲି ନେଇ ମୁଁ ନାମ ll
ପ୍ରେମ ବାହାନାରେ
ବୋଧେ ପ୍ରତାରଣା
କରି କାଟୁ ଥିଲ କାଳ,
ଅଭିନୟ ଥିଲା
ଛଳନା ପ୍ରାନ୍ତରେ
ସପନ ବଣିକାା ଖେଳ ll
ସମ୍ପାଦକ, ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ