Il ଲାଜକୁଳୀ ll
ଇଂ. ବିଚିତ୍ରାନନ୍ଦ ମୁନୀ
ଲାଜକୁଳୀ ତୁମେ
ଲାଜରେ ମଉଳି
ଛାଡି ଦିଅ ମୋ ହାତକୁ,
ସ୍ଥିର ହୋଇ ଯାଏ
ପ୍ରୀତି ଖୁଆ ଦଣ୍ଡ
ପୀୟୂଷ ମନ୍ଥାା ବେଲକୁ ll
କ୍ଷଣିକରେ ତୁମେ
ତୁମର ନହୋଇ
ଲବଣି ପ୍ରାୟେ ହୁଅଟି,
ନରମି ଝାଉଁଳି
ସ୍ବେଦ ଭିଜା ଅଙ୍ଗେ
ସଂଜ୍ଞାକୁ ହରାଇ ବସଟି ll
ତଥାପି ମାରୁଛ
ବାହାସ୍ପଟେ କେତେ
ଦେଖାଇ ରଙ୍ଗରେ ଛଇ,
ଝରା ଶେଫାଳିଗୋ
ମୋ ତାଳ ତମାଳ
ଅପାରଗ ଆଖ୍ୟା ଦେଇ ll
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ
276 total views, 1 views today