Il ମୀରା ll
ଇଂ. ବିଚିତ୍ରାନନ୍ଦ ମୁନୀ
କୁହ ତମେ ମୋର
ସେହି ମୀରାକିଗୋ
ଯିଏ କିଣି ଥିଲା କୃଷ୍ଣମନ,
ନା ତାଙ୍କ ନାମରେ
ଆଉକେ ତୁମେଗୋ
ଜାଣିବାକୁ ଉଛର୍ଣ୍ଣ ମୋ ମନ ll
ଦୟାବହି କୁହ
କିଏ ତୁମେ ସାଥି
ଦେଉନାହଁ ତୁମ ପରିଚୟ,
ଜିଜ୍ଞାସା ବଢ଼ଇ
ଚିତ୍ତେ ବାରମ୍ବାର
ଅସ୍ଥିର ହୁଏ ଚିତ୍ତ ହୃଦୟ ll
ବୋଧେ କହିବନି
ତୁମେ ଲୁଚାଉଛ
ପ୍ରାଣଧନ ରଖି ମୋଠି ଛନ୍ଦ
ଗୋପନ ରଖୁଛ
ଠିକଣାକୁ ତୁମ
ମନ୍ଦହାସିନୀ ମୋ ପୁଷ୍ପକୁନ୍ଦ ll
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ
320 total views, 1 views today