Il ଅକୁହା କଥା ll
ଇଂ. ବିଚିତ୍ରାନନ୍ଦ ମୁନୀ
ଡାକିଥିଲ ତୁମେ
ଭରଷାରେ ପ୍ରିୟା
ଯାଇଥିଲି ବିଶ୍ୱାସରେ,
ତମେ ଲାଜକୁଳୀ
ଆସିଲନି କିନ୍ତୁ
ଅଟକିଲ ବହୁ ଦୂରେ ।।
ଅପଲକେ ଚାହିଁ
ଫେରି ଶୂନ୍ୟ ହାତେ
ସ୍ୱପ୍ନରେ ପକାଇ ଭଟ୍ଟା,
ଫେରିଲା ବେଳକୁ
ତୁମେ କରୁଥିଲ
ଅଟ୍ଟହlସ୍ୟେ ମଜା ଥଟ୍ଟା ।।
ଆହୁରି କହୁଛ
ଧୂମାଭ ବିବର୍ଣ୍ଣ
ହେଇ ଗଲା ମୋର ଆଶା,
ଭାରାକ୍ରାନ୍ତେ ମୁଖୁ
ଅକୁହା କଥାରେ
ଫୁଟି ଲାନି ଜମା ଭାଷା ??
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ ଗଞ୍ଜାମ