Il ପ୍ରସନ୍ନମନା ll
ଇଂ. ବିଚିତ୍ରାନନ୍ଦ ମୁନୀ
ସତରେ ଯାଉଛି
କହି ଠକି ଦିଅ
ପ୍ରତୀକ୍ଷାରେ ମୁହିଁ ମରେ,
ବିରହ ନିଅଁରେ
ଅନ୍ତର୍ଦ୍ୱlହେ ଚାହେଁ
ରହି ବନ୍ଦ ରୁଦ୍ଧଦ୍ୱାରେ ।।
ତଥାପି ଆସୁନ
ଥରୁଟିଏ କେବେ
ହୃଦେ ବହି ଅନୁକମ୍ପା,
ରାଗିଛକି କୁହ
ମୋ ମନ୍ଦ ହାସିନୀ
ପ୍ରୀତି ପୁଷ୍ପ ସ୍ୱର୍ଣ୍ଣଚମ୍ପା ।।
ଯଦି ଥାଏ ତୃଟି
କୁହ ମନ ଖୋଲି
କରିବି କ୍ଷଣେ ମାର୍ଜନା,
ତମେ କିନ୍ତୁ ପ୍ରିୟା
ଫେରାଅନି ମୁଖ
ମୋ ପ୍ରିୟ ପ୍ରସନ୍ନମନ।।
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ
648 total views, 1 views today