Il ପ୍ରିୟମ୍ବଦା ll

ଇଂ. ବିଚିତ୍ରାନନ୍ଦ ମୁନୀ

ସମ୍ପର୍କ ଶରୀରେ
ବିଶ୍ୱାସ ଭରଷା
ଆତ୍ମlଟି କନକ ଗୋରୀ,
ତେଣୁ ତୁ ବିଶ୍ୱାସ
ଭାଜିନୀ ହୋଇବୁ
ସାଜି ଜାଗ୍ରତ ପ୍ରହରୀ ll
ମଣିଷକୁ ଯଦି
ମଣିଷ ବିଶ୍ୱାସ
କରିବନି କେଉଁ ଲlଭ,
ମଣିଷ ପଣିଆ
ସଦା ଅନିବାର୍ଯ୍ୟ
ଯେହେତୁ ଜନ୍ମ ଦୁର୍ଲଭ ll
ଯିଏ ଯେତେ ଠକୁ
କରିବୁନି ଦୁଃଖ
ପଡିବୁନି ଭାଙ୍ଗି କଦl,
ଈଶ୍ୱରଙ୍କୁ ଦୁଃଖ
ଜଣାଇ ହୋଇବୁ
ତୁ ପରିମାର୍ଜିତl ସଦା ll
ଥିଲେ ସତ ମାର୍ଗେ
ଦେଉ ଥିବେ ବିଭୂ
ତୋତେ ଥାଳ ଭରି ସଦା,
ଅଭାବ ଅସ୍ପର୍ଶ
ହେବନି କଦାପି
ସତେଲୋ ମୋ ପ୍ରିୟମ୍ବଦା ll

ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ ଗଞ୍ଜାମ

 134 total views,  1 views today

Leave a Reply

Your email address will not be published. Required fields are marked *