March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ରାତି–ଜ୍ଞାନେନ୍ଦ୍ର ପଣ୍ଡା*

#ରାତି
******
“ରାତି” ଗଭୀର ହୁଏ ଅରଣ୍ୟରେ…
“ରାତି” ବେଶ୍ ଗଭୀରତାରେ ଶୋଇପଡ଼େ ଅରଣ୍ୟରେ
ନିକାଞ୍ଚନରେ ନଦୀ ପରି ବହେ କାହାର ଚେତନା
ନଦୀ ଅରଣ୍ୟ ହୋଇ ବହେ…।

ଦେବସଭା ବସେ ପାଖ ଶ୍ରୀମନ୍ଦିରରେ
ଗର୍ଭଗୃହ ବିବର୍ତ୍ତନବାଦର ରଙ୍ଗମଞ୍ଚ ସାଜେ
ପୋଖରୀର ମାଛ, କଇଁଛ ପାଲଟିଯାଆନ୍ତି
ମଣିଷରେ !
“ରାତି”, ମାଟିକୁ ସ୍ଵର୍ଗ କରିଦିଏ…।

“ରାତି”, ଜଙ୍ଗଲ ପାହାଡକୁ ଛୁଇଁ
ବେଶ୍ ଗଭୀର ହୁଏ ଶ୍ମଶାନରେ,
ନଦୀ ମହୋଦଧୀରେ ବୁଡ଼ପକାଏ ଅତୀତ
ବର୍ତ୍ତମାନକୁ ଛୁଇଁ ଭବିଷ୍ୟ ଚାଲିଆସେ
“ରାତି”, ସ୍ୱର୍ଗର କବାଟକୁ ଖୋଲିଦେଇ
ଶ୍ମଶାନକୁ ସ୍ଵର୍ଗଦ୍ୱାର କରିଦିଏ
ଅନ୍ଧାରର ଉହାଡ଼ରେ ।

ଅଦୂରରେ ଚେଇଁଉଠେ “ଶବ”, ହସିଦେଇ ଅଭୟ ଦିଏ “ଶିବ”
ରାତି ଘୋର କମ୍ପୁଥାଏ ସାଧକର ଅଭିଷ୍ଟ ତନ୍ତ୍ରଜଳରେ
ରାତିର ଅନ୍ଧାର ସାଧକକୁ ଅଘୋର କରିଦିଏ ।

ଦିବସର ପ୍ରଥମ ସନ୍ଧ୍ୟାରେ
“ରାତି” ଛିନ୍ନ କରେ ଯୋଗୀ ହୃଦୟର
ବୁଢିଆଣି ଜାଲ,,

ଅମଡ଼ାରାସ୍ତାରେ ବାଟ ଦେଖାଏ “ରାତି”
ଶୃଗାଳର ହୁ-କେ-ହୋ, ଶ୍ବାନର ଭୋ-ଭୋ,
ଅଶରୀରିର ଭୀଷଣ ଅଟ୍ଟହାସ୍ୟ ଡାକରେ ।
“ରାତି”… ରହସ୍ୟ ସବୁକୁ ଖୋଲିଦିଏ
“ମାନସରୋବରରେ” !

“ରାତି” ପୁଣି ପିଇଯାଏ
ଚିବୁକର ଲୁହ, ହୃଦୟର କୋହ,
ଦେହର ଉତ୍ତାପ, କାମନାର ଖର ନିଶ୍ୱାସ,
ବିରହୀର କଅଁଳ ମନର ବୟସ ।

“ରାତି” ପିଏ… “ରାତି” ବେଶ୍ ପିଏ…
“ରାତି” ସବୁକୁ ଖାଇ ପିଇ ମନ୍ଥିଦିଏ
ଅଜଗର ପେଟରେ !
ସକାଳେ ତା’ ଲାଲ୍ ଟହଟହ ଜିଭରେ
ସୂର୍ଯ୍ୟ ବେଶ୍ କମନୀୟ ଉଏଁ ।

“ରାତି”,
ସମୟ ପିଠିର ବନ୍ଧା ପୁଟୁଳିରେ
ମୁଠାଏ ଆଲୋକ ?,
ନା’ ଭିତରର ମୁଢ଼ପଣ ?,
ନା’ ଚେତନାଲୋକର ଉତ୍ସ ?
..
.
“ରାତି”, କଣ କେଜାଣି !
#ଜ୍ଞାନେନ୍ଦ୍ର ପଣ୍ଡା..✍️

 408 total views,  1 views today

Leave a Reply

Your email address will not be published. Required fields are marked *