#ଇନକିଲାବ୍ ଜିନ୍ଦାବାଦ୍ !
*******************
ଚାଲ ମୋର ସଂଗ୍ରାମୀ ସଖା ସହୋଦର
ଆଜି ମଦମତ୍ତ ହେବାର ବେଳ
ବିଳମ୍ବ ନ’ କର… ହେ ବିଳମ୍ବ ନ’ କର…
ଆସ ହେବା ଅଗ୍ରସର ।
ତୁମେ ପ୍ରେମ କର, ଫିଙ୍ଗିଦିଅ ହାତରୁ ଗୋଲାପ
ହାତରେ ଅସ୍ତ୍ର ଧର, ଏବେ ପରା
ଗୋଲାପରୁ କଣ୍ଟା ସଫା କରିବାର ବେଳ ।
କେତେ ଆଉ ଗଣିବ ମାଟି ଟଙ୍କା ?
ଭାଣ୍ଡରେ ଭରିବ ନିଜ ସ୍ଵାର୍ଥ ?
ମିଶିଯିବ ଏଇ ମାଟିରେ ଦିନେ ସବୁ !!
ମାଟିକୁ ଚାହିଁ ସବୁ ସ୍ୱାର୍ଥ ଭୁଲି ଯାଆ
ଆ… ତା’ ପୂର୍ବରୁ ଶତ୍ରୁର ମୁଣ୍ଡ ଗଣି କାଟିଦେବା
ନିଜ ଭାଣ୍ଡ ଭରିବା ସେ ରକ୍ତରେ…ଦେଶ ସ୍ୱାର୍ଥରେ ।
ମାଗି ଆଣିଥିବା ସ୍ୱାଧୀନତାରେ
କାହିଁ ଆଲୁଅର ସୂର୍ଯ୍ୟ ? ଦିଶୁଛି ଅନ୍ଧାର !
ଦିଶୁଛି ପରାଧୀନତାର ପଞ୍ଜୁରୀ !
ସ୍ୱାଧୀନତା କାହିଁ..? ସ୍ୱାଧୀନତା କାହିଁ..??
ସବୁଠି ସ୍ପଷ୍ଟ ଜଳଜଳ ହୀନ ଛଳନା ଏଠି ରକ୍ତବୀର୍ଯ୍ୟଙ୍କର
ଦେଶୀ ଡାୟାରର ମେସିନଗନରେ ଗରଜୁଛି ହିଂସା କପଟତା
ଏ ମାଟି ପାଲଟିଯାଉଛି ଜଘନ୍ୟତାର ଜାଲିଆନାୱାଲାବାଗ୍
କାହିଁ ତୋ ହୃଦୟରେ ଯନ୍ତ୍ରଣା ? ମନରେ ଏବେହିଁ ନିଆଁ ଜଳା ।
ଏ ଜାତି ନୁହେଁ ନପୁଂସକ, ତୁ କାହିଁ ଶୁଣିବୁ
ମିଛ ମହାତ୍ମାର ଅଧା ଅଧୁରା ସତ୍ୟ ,,
———- “ଅହିଂସା ପରମୋ ଧର୍ମ” !!
ଅଧର୍ମ ନାଶ ପାଇଁ ଚାଲ ଆଉଥରେ ଲଢ଼ିବା
ମହାଭାରତ…
ଆ…ଏକାଧାରରେ କହିବା —
———- “ଅହିଂସା ପରମୋ ଧର୍ମ” !!
; “ଧର୍ମ ହିଂସା ତଥୈବ ଚଃ” ।
ଆଖିରେ ନ୍ୟାୟର ଅଗ୍ନି ପ୍ରଜ୍ଜ୍ବଳିତ କରି,
ନିଜ ରକ୍ତକୁ ଇନ୍ଧନ କରିଦେଇ
ମିଛ ସ୍ୱାଧୀନତାର ଅନ୍ଧାକାରକୁ ଖିନ୍ ଭିନ୍ କରିବାକୁ
ମଶାଲଟେ ଜାଳିଦେବା,,
ଚଲାରାସ୍ତାରୁ କଣ୍ଟା କାଢ଼ିଆଣି ସେ କଣ୍ଟା
ଶତ୍ରୁ ଛାତିରେ ପିଟିବା,,
ଆ…ଚିତ୍କାର କରି ଶୁଣାଇବା ଶତ୍ରୁକୁ…
——- “ଇନକିଲାବ୍ ଜିନ୍ଦାବାଦ୍ !”,
——- “ଇନକିଲାବ୍ ଜିନ୍ଦାବାଦ୍ !”
ଲାଭ କାହିଁ ବାକି ଆୟୁଷକୁ ଅବଶୋଷରେ ଜୀଇଁ
ଚାଲ୍ ହସି ହସି ଚବିଶ୍ ବର୍ଷରେ ମରିଯିବା ।
#ଜ୍ଞାନେନ୍ଦ୍ର ପଣ୍ଡା.✍️
ମାର୍ଚ୍ଚ ୨୩ –
ଗର୍ବ, ଗୌରବ, ଶୌର୍ଯ୍ୟ ଓ ବଳିଦାନର ପ୍ରତୀକ
ଶହୀଦ ଦିବସ ।
*
342 total views, 1 views today