March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଈଶ୍ୱର କାନ୍ଦିଲେ-ଜ୍ଞାନେନ୍ଦ୍ର ପଣ୍ଡା*

#ଈଶ୍ୱର କାନ୍ଦିଲେ
**************
ହୃଦୟରେ ଛଳନା, ଇର୍ଷା, ଲୋଭ, ହିଂସା,
ପରଶ୍ରୀକାତରତାର ବହଳେ ଆସ୍ତରଣ,
ଚକ୍ଷୁର ଲୋଲୁପ ଦୃଷ୍ଟିରେ ହୁତ୍ ହୁତ୍ ଅନଳ
ଦେଖ… ମଣିଷ ଜାଳୁଛି ଅସଂଖ୍ୟ ଶିମିଳିପାଳ !

ଏଇ ଯେ ଶୁଣାଯାଏ,,
ହାୱାରେ ତଥାକଥିତ ଭୁତାଣୁର
ପ୍ରହେଳିକାମୟ ଅବସ୍ଥିତି କଥା ,,
ମାପିଛ କି କେବେ ଥରେ, ପ୍ରତିଟି ନିଶ୍ୱାସରେ
ଏ ମଣିଷ କେତେ ଜହର ଉଦ୍ଗାଳେ ?
ହାୱା କଣ ସେତେ ବିଷାକ୍ତ ହୋଇପାରେ ??

କିଏ ବୁଝେ ଗଛ-ଲତାଙ୍କ ମନ କଥା, ପଶୁ-ପକ୍ଷୀର ବ୍ୟଥା !
ଜିଭରୁ ଲାଳ ଗଡ଼େ ପୋଡ଼ା ମାଂସ ଦେଖିଲେ,,
ଡାଇନାସୋର୍ ପରି କେଉଁ କାଳୁ
ମଣିଷ ଆଖିରେ ଲୁପ୍ତ ପ୍ରାୟ ପ୍ରତିକ୍ରିୟାତ୍ମକ ଲୁହ !
ତା’ର ହାବଭାବରେ ଆଜି ସେ ଈଶ୍ୱରଙ୍କୁ ବି
ଅସ୍ବୀକାର କରେ !

ଘାସ, ଶାଳ, ପିଆଶାଳ, ଶାଗୁଆନ,
ବାଘ, ହରିଣ, ଗୁଣ୍ଡୁଚି, କୋଚିଲାଖାଇ ମାନଙ୍କ
ଆଖିର ଅଶ୍ରୁକୁ ଶେଷରେ ଈଶ୍ୱର ବୁହାଇଦେଲେ
ନିଜ ଆଖିରେ ।

ତିନି ଦିନ ହେଲାଣି
ରହି ରହି ବର୍ଷୁଛି ଈଶ୍ବରଙ୍କ ସମବେଦନା
ଜଙ୍ଗଲର ମଥାନୀରେ ।

ଶିମିଳିପାଳ ଆଖିରେ ଏବେ ଉତୁରୁଛି ଭିନ୍ନ ଅଶ୍ରୁ
ଈଶ୍ବରଙ୍କ କରୁଣାର ମମତ୍ତ୍ୱବୋଧ ସ୍ପର୍ଶରେ
ଆଉ ମନୁଷ୍ୟତ୍ୱର ଅଭାବ ପଣିଆରେ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️

 665 total views,  1 views today

Leave a Reply

Your email address will not be published. Required fields are marked *