#କଳଙ୍କିତ_ନାୟକ
**************
ଆଭିଜାତ୍ୟକୁ ଆଢୁଆଳ କରି
ପ୍ରେମକୁ ମୋର ଆଡ଼େଇ ଦେଇ
ହୁଏତ, ତୁମେ ବରଣ କରି ନେଇପାର
କେଉଁ ରାଜକୁମାରର ପ୍ରେୟସୀ ପଦ..!

ଚନ୍ଦ୍ରମୁଖୀ ଗୋ…
କୁହ ତ..!

ତୁମେ କେବେ ପାରିବ କି ଭୁଲି
କଳଙ୍କର କଳା ଟିକା ସାଜି
ମୁଁ ତୁମ ବଦନେ ହଜିଛି ବୋଲି
ଆଜି ଅଗଣିତ ତୁମ ପ୍ରେମିକ !

ହାୟ…

ତଥାପି ତୁମେ ଯଦି
ଭୁଲିଯାଅ ମୋତେ
ଦେଇ ନିନ୍ଦା ଅପବାଦ !

କୁହ…
କରିବି କାହିଁକି ଦୁଃଖ ?

ଏ ବିଶ୍ୱ
ଯାହାକୁ ଛୁଇଁବାକୁ ଚାହିଁ
ଛୁଇଁ ପାରିନାହିଁ
ମୁଁ ପୁଣି ତାହାର କଳଙ୍କ !

ପୁଣି ସେ କଳଙ୍କ ଜହ୍ନ ପାଇଁ ଯଦି
ନୁହେଁ କି ଏ ମୋର ସୌଭାଗ୍ୟ ?

ଆଉ,
ଲାଞ୍ଚନା ମୋତେ କେ କରିବ ??

ଯେଣୁ ସେ ସୌଭାଗ୍ୟ ମୋତେ
ତୁମେ ହିଁ ଦେଇଛ…
ତୁମେ ଦେଇଅଛ…
ଗର୍ବରେ କହିବି ଦୁନିଆଁ ଆଗରେ
ମୁଁ ତୋ ସେଇ କଳଙ୍କିତ ନାୟକ…।
#ଜ୍ଞାନେନ୍ଦ୍ର ପଣ୍ଡା .✍️

 26 total views,  1 views today

Leave a Reply

Your email address will not be published. Required fields are marked *