#ନୀଳବହ୍ନି : ୭ –
#ସେ_ତା_ନାଁ_କହିନି
*****************
ଜାଣିଛି ତୁମେ ଆଜି
ବ୍ୟସ୍ତ, ବ୍ୟଗ୍ର, ବିଚଳିତ ଥିବ…
ମୁଁ ଠିକ୍ ହିସାବ କରି ରଖିଛି
ସାଢ଼େ ସତର ଦିନର ବ୍ୟବଧାନ ପରେ
ତୁମେ ଆଜି ରଣ ବିଜୟର
ଟୀକା ସଜେଇ ହେଇ ଫେରିଛ
ଅଥଚ କପାଳରେ ତୁମର କାହିଁକି
ଭୃକୁଞ୍ଚନ ଆଉ ବିନ୍ଦୁ ବିନ୍ଦୁ ସ୍ବେଦ ..!
କାହିଁ ଖୁସି ଉନ୍ମାଦନାର ବିଶାଳ ପଟୁଆର ?
କାହିଁ ତ ଶୁଭୁନାହିଁ ଶଙ୍ଖ ଶବ୍ଦ
ଏହି ମଙ୍ଗଳ ବିଜୟ ଉଦଘୋଷର..?
କହିବକି ହେ ପ୍ରିୟତମ ସାରଥୀ
ମହାଯୁଦ୍ଧର କର୍ଣ୍ଣଧାର
ଆଜି ନିଃସଙ୍ଗ ହେଲା କେମିତି..?
ତୁମ ଓଠରେ କରୁଣତାର ସ୍ମିତ ହସ…
: ଯୁଦ୍ଧ ପରେ ଲିଭିଯାଏ ରଥର ରଙ୍ଗ,
ଭାଙ୍ଗିଯାଏ ଘୋଡ଼ା ମାନଙ୍କର ଗୋଡ଼,
ସମୟର କରାଳ ଗର୍ଭରେ ବହିଯାଆନ୍ତି
ସବୁ ସମରର ବିଶାଳ ପଟୁଆର
କ୍ଵଚିତ କେହି ହୁଏତ ଫେରିଆସେ
ରଥାରୂଢ ସାରଥୀ ଭିତରର ପ୍ରେମିକ ବି
ସେମିତି ଫେରିଆସିଛି ।
ସାରଥୀ ତ ଏକ ରୂପସଜ୍ଜା
କର୍ତ୍ତବ୍ୟ ପରାୟଣତାର ଖୋଳାପାଟିଏ
ଆଉ ତା’ର ଆବଶ୍ୟକତା କାହିଁକି..?
ତୁମେ ଏ ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ବାକପଟୁ
ନିଦର୍ଶନ ଅନ୍ୟ ନାହିଁ ତୁମ ବାକପଟୁତାର
ମୁଁ ଜାଣିଥିଲି ଶବ୍ଦର ଯାଦୁଗରୀରେ
ତୁମେ ସମସ୍ତ ଉତ୍ତରକୁ ଯଥାର୍ଥ କରିପାର ।
ଆଚ୍ଛା କହିବ…ଏ କି ଔଚିତ୍ୟ
କେତେ କେତେ ମାତାର ପୁତ୍ର ରକ୍ତରେ
ଗଙ୍ଗା, ଯମୁନା, ସରସ୍ୱତୀ,
ନର୍ମଦା, ସିନ୍ଧୁ, କାବେରୀ…କାହିଁକି ଆଜି ରକ୍ତାର୍ଣ୍ଣବ..?
ଦେଖ ତୁମ ଦୁଧ ଅଳତା ପାଦ
ସେ ରକ୍ତରେ ଭିଜି ଦିଶୁଛି କେମିତି କର୍ଦ୍ଦମାକ୍ତ
ଏବେ ସ୍ୱଚ୍ଛ ଜଳ ମହରଗ
କୁହ ପାଦ କେମିତି ଧୋଇବ..?
ଶୁଣ
ଆଜି ଉତ୍ତର ନ’ ରଖିଲେ
ଏ ଜଗତ ଲାଞ୍ଛନା ଓ ଅପବାଦ ଦେଇପାରେ…
ଉତ୍ତର ଦିଅ ହେ ନୀଳପ୍ରେମିକ
ଆଖିରେ ମୋର ଅଶ୍ରୁ,ହୃଦୟରେ ଦ୍ଵିଧା
କରିଦିଅ ଥରୁଟିଏ ପ୍ରଶମିତ…।
ଉତ୍ତର ପୁଣି ଏମିତି
ଯେଉଁଥିରେ ତାଙ୍କର ଅନୁନୟ ନିବେଦନ
ରାଇ ଗୋ… ବଂଶୀ ଟିକେ ଆଣିଦେବ..!
..
.
.
ହାୟ…
ସେ ଆନ୍ଦୋଳିତ ହୃଦୟରେ
ବଂଶୀ ଫୁଙ୍କିବାକୁ ଲାଗିଲେ…
ଉଜୁଡ଼ି ଯାଇଥିବା ଜଙ୍ଗଲ
ଏବେ ଶ୍ୟାମଳ ଦିଶିବାକୁ ଲାଗୁଥିଲା,
ଆକାଶ ବି ବେଶ୍ ଶାନ୍ତ ସ୍ନିଗ୍ଧ ହେଉଥାଏ,
ପୂର୍ବଭଳି ଆକର୍ଷଣୀୟ ହୋଇ ଉଠୁଥାଏ
ସାଗରର ଅଶାନ୍ତ ଲହଡ଼ି…
ସେ ବଂଶୀରେ
ପ୍ରାଞ୍ଜଳ ଉତ୍ତର ଦେଉଥିଲେ
ବେଶ୍ ସଂକ୍ଷିପ୍ତ ଅଥଚ ପରିବ୍ୟାପ୍ତ ଭାବରେ…
: ସାରଥୀର କେଉଁ ଇଚ୍ଛା କିଏ ଜାଣିଛି କୁହ…
ମୁଁ ନୀଳପ୍ରେମର ନୀଳବହ୍ନି ସବୁଠି ବାଣ୍ଟିବା ଆଶାରେ
ସାରଥୀ ବି ସାଜେ…
ସତ୍ୟ ଧର୍ମ ପ୍ରତିଷ୍ଠା ଲାଗି ଯୁଦ୍ଧ ରଚେ
ଦେଖ ମୋ ହସ୍ତରେ ଅସ୍ତ୍ର କି ଥିଲା ସେଠି
ଏକମାତ୍ର ନିରସ୍ତ୍ର ମୁଁ
ଯୁଦ୍ଧକ୍ଷେତ୍ରରେ ପ୍ରେମର ବଂଶୀ ଫୁଙ୍କେ…।
ଯେତେ ରକ୍ତ ଦେଖୁଛ ମହୋଦଧୀରେ
ଏ ସବୁ ଦୂଷିତ ଓ
ଅନାବଶ୍ୟକ ରକ୍ତ କେବଳ ମୋ ଶରୀରର
ଯାହାକୁ ମୁଁ ଟିକିନିଖି ବୁହାଇଦେଇଛି
ଜାଣି ରଖ ଏହା ରକ୍ତ ନୁହେଁ ବରଂ ଅନ୍ୟ କିଛି ।
କେମିତି ନ ହୁଅନ୍ତା କୁହ
ମୋ ପାଦ ଦ୍ବୟ ରକ୍ତ କର୍ଦ୍ଦମାକ୍ତ..?
କେବେ ଥରେ ତନ୍ନ ତନ୍ନ କରି ଦେଖ
ମୋ ଦେହ ସାରା କେତେ କେତେ କ୍ଷତ..!!
ସେହି କ୍ଷତରୁ ସ୍ଫୁରିତ ରକ୍ତରେ ହିଁ
ପାଦ ମୋର କ୍ଷତାକ୍ତ…
ହଁ…ଏବେ ତୁମେ କହିପାର
ପାଦ ମୋର ରକ୍ତରେ କର୍ଦ୍ଦମାକ୍ତ…।
ଜାଣିଛ କି କେବେ
ନୀଳପୁରୁଷର ଗୋପନ ଦୁଃଖ..?
ପ୍ରେମର ନୀଳବହ୍ନିରେ ସିଏ
ସମସ୍ତଙ୍କୁ ଅପ୍ୟାୟିତ କରେ
ନୀଳାଭ ନୀଳାୟିତ ରଙ୍ଗରେ ରଙ୍ଗାଏ
କିନ୍ତୁ ନିଜେ…
କେଜାଣି କାହା ପ୍ରେମ ଆଜୀବନ ଖୋଜୁଥାଏ
ଯେ, ନିଜ ନିମିତ୍ତ ଅନ୍ଧାରୀବର୍ଣ୍ଣକୁ ଆଦରି ନେଉଥାଏ…।
#ଜ୍ଞାନେନ୍ଦ୍ର ପଣ୍ଡା..✍️
1,083 total views, 1 views today
An intriguing dialogue is well worth remark. There’s no doubt that that you need to publish much more on this subject matter, it will not be a taboo issue but usually individuals don’t focus on these subjects. To the next! Many thanks!!
Place on using this publish-up, I in fact think that this Web-site wants far more interest. I’ll possibly be back again yet again to see far more, thanks for the recommendation!
Thanks for your auspicious writeup. It in truth was once a pleasure account it. Look complicated to far more released agreeable from you! By the way, how could we keep in touch?
Quite! This has been a extremely amazing write-up. Thanks for giving this details.
It’s difficult to find knowledgeable people about this subject, however , you seem to be you determine what you’re talking about! Many thanks
That is a great tip especially to All those new for the blogosphere. Short but extremely specific information and facts… Many many thanks for sharing this a person. A necessity browse write-up!