#ନୀଳବହ୍ନି – ୩
#ମେରେ_ତୋ_ଗିରିଧର…
********************
ମୋ ଭିତରେ ମୁଁ ଉଦବିଗ୍ନ
ତୁହା କୁ ତୁହା ନିଜକୁ ପଚାରୁଥାଏ
ସେଇ ଗୋଟିଏ ପ୍ରଶ୍ନ…
” ‘ ସତେ କି ବିସ୍ମୃତ ହୋଇ ଯାଇପାରେ
ନୀଳପ୍ରେମିକଙ୍କ ପରମ ପ୍ରେମ..? ‘ “…
ବେପରୁଆ କୁଞ୍ଜବନ
ମୋ ପ୍ରଶ୍ନ ବୁଝେ…ତଥାପି ଅବିଚଳିତ…
ଉତ୍ତରରେ ତା’ ର ଅସାମଞ୍ଜସ୍ୟ ଭାବର
ଗୋଟିଏ ବିଚିତ୍ର ଦାର୍ଶନିକ କଥନ…
:: ମିଳନ ଯଦି ଏ ଜନ୍ମର ପ୍ରେମ
:: ବିରହ… ତେବେ ଜନ୍ମ ଜନ୍ମାନ୍ତରର ମିଳନ…
……………………..
………………
ଆଖପାଖ ରୁ
କ୍ରମାଗତ ପାଖେଇ ଆସୁଥାଏ
ସୁଲଳିତ କଣ୍ଠଟିଏର ରୁଣୁଝୁଣୁ ନାରୀ ସ୍ୱର…
କିଏ..? କାହାର ଏ ସ୍ୱର..?
ହଁ… ଏଇ ତ ସୁସ୍ପଷ୍ଟ ଏବେ ଶୁଭୁଛି…
ଗଭୀର ଆବେଦନଟିଏ
ଖୁବ ଶିହରଣ ମୋ ଶରୀରେ…
“ମେଁ ତୋ ସାଓଁରେ କେ ରଙ୍ଗ ରାଚି
ପଗ୍ ଘୁଙ୍ଗୁରୁ ବାନ୍ଧ୍ ମୀରା ନାଚି ରେ…
ପଗ୍ ଘୁଙ୍ଗୁରୁ ବାନ୍ଧ୍ ମୀରା ନାଚି ରେ…”
ଅପୁର୍ବ ଝଲମଲ ଆଭାକାନ୍ତି ରେ
ପିତାମ୍ବରୀ ବସ୍ତ୍ର ପରିହିତା କେହି
ହାତରେ ବାଦ୍ୟଯନ୍ତ୍ର…ତାନପୁରା
ଏ ଯେ ଯୁବା ସନ୍ୟାସୀନି..!!
ଯେଉଁ ଅସାମାନ୍ୟ ଯୁବତୀ ନାରୀ
ପଦରେ ଘୁଙ୍ଗୁର ପିନ୍ଧି ପାଗଳୀ ସାଜି
କୃଷ୍ଣ କୃଷ୍ଣ ପକାଏ ହୁରି
କହେ ଯିଏ କୃଷ୍ଣ ବିନୁ ନୁହେଁ ସେ କାହାରି…
ହୃଦୟରେ ମୋର ଜନ୍ମୁଥାଏ ଏହି ପ୍ରତ୍ୟୟ
ମୀରା ବ୍ୟତୀତ ଏ ଅନ୍ୟ କେହି ନୁହେଁ ନିଶ୍ଚୟ…
ଅଦ୍ଭୁତ ଅଙ୍ଗୁଳି ଚାଳନାରେ
ହାୟ…ସେହି ତନ୍ମୟ ତଲ୍ଲୀନତା,
ତାନପୁରାର ଭିନ୍ନଭିନ୍ନ ତାମ୍ର ଧମନୀରେ
ଅଲଗା ଅଲଗା ରାଗ ସଙ୍ଗୀତର ବୈଭବତା,
ଅଥଚ ଗୋଟିଏ ହିଁ ଝଙ୍କୃତ ମର୍ମକଥା…
ଏ ମୁଖରିତ ଜୀବନରେ କୃଷ୍ଣ ହିଁ କଳରବ
ଏ ପରମ ଶାନ୍ତିରେ କୃଷ୍ଣ ହିଁ ନୀରବତା…
ଏ ଯେ ମହା ଅବଲୀଳା..!
ମୋ ଆଖି ସମ୍ନାରେ
ନୀଳପୁରୁଷଙ୍କ ପ୍ରେମମୟୀ ମୀରା…
କୃଷ୍ଣ ନାମ ମହାରାସକୁ
ମୀରା କିବା ଆଜି ବି ଅପାଶୋରା..?
ଏ ଯେ କ୍ଷୀଣ ଆଲୋକ..!
ମୋ ବିଷାଦ, ଶଙ୍କା ଓ ପ୍ରଶ୍ନର…
ଜିଜ୍ଞାସା ପୂର୍ବରୁ…
ମୀରାଙ୍କ ରୁଣୁଝୁଣୁ ସ୍ୱର…
ଉତ୍ତର ଖୋଜୁଛ ଶଙ୍କାର..?
ଶୁଣ…
ପୂର୍ବବତ ନିସୃତ ଆବେଗମୟ କଣ୍ଠରେ—
—–“ମେରେ ତୋ ଗିରିଧର ଗୋପାଲ
ଦୁସରୋ ନା କୋଇ…
ଯାକେ ଶିର ମୋର ମୁକୁଟ
ମେରା ପତି ସୋଇ…
ତାତ ମାତ ଭ୍ରାତ ବନ୍ଧୁ ଆପନୋ ନା କୋଇ…”
ଯେମିତି ଲୁଚିଥିବା ଉତ୍ତରଟିଏ
ଏବେ ମୋ ଭିତରୁ ହିଁ ବାହାରି ଆସୁଥାଏ…
ଏ ଆର୍ଯ୍ୟାବର୍ତ୍ତର
ସେ ଏକାଙ୍ଗ ପ୍ରେମିକ ପୁଙ୍ଗବ…
ନୀଳାଭ ଧ୍ରୁବ ସେ ନୀଳପୁରୁଷ…
ତାଙ୍କ ପ୍ରେମ କେମିତି ବିସ୍ମୃତ ହେବ..?
ହାୟ… ମୋ ମନର ଅବାଞ୍ଛିତ ପ୍ରଶ୍ନ..!
ସେ ପ୍ରେମର ନୀଳ ଯେ ଅନନ୍ତ
ଦେଖ ଏ ପୃଥିବୀ ଓ ବ୍ରହ୍ମାଣ୍ଡ
କେମିତି ବୋଳି ହୋଇଛି..,
ନୀଳପ୍ରେମିକଙ୍କ ପ୍ରେମର ନୀଳବହ୍ନିରେ
ଘନକୃଷ୍ଣ-ନୀଳ ରଙ୍ଗ ।
ମୁଁ ଫେରୁଥାଏ…
ସେହି ନୀଳବହ୍ନିରେ ନେଳି ହୋଇ
ହୃଦୟରେ ଧରି ନୂତନ ଗୋଟିଏ ପ୍ରଶ୍ନ..,
…
..
କାହାକୁ ପଚାରିବି…
ମୀରା ହେବାକୁ ଚାହୁଁଛ..???
#ଜ୍ଞାନେନ୍ଦ୍ର ପଣ୍ଡ୍ଡା.✍️
437 total views, 1 views today
My brother advised I would probably like this Internet site. He was once solely right. This publish actually produced my day. You can not take into account just how a lot time I’d expended for this information! Thanks!