#ନୀଳବହ୍ନି – ୧ :
#ଆନ୍ଦୋଳିତ_ଆରମ୍ଭ
********************
ସେଇଠି ବଂଶୀରେ ଶୁଭେ
ପ୍ରେମ, ପ୍ରଣୟ, ମିଳନ, ବିରହର
ଅବିରତ ମହ୍ଲାର ବେହାଗ
ଏ ଯାଏଁ ଯେଉଁଠି ମାଟି,ପାଣି,ପବନ
ନିଇତି ରହିରହି ଗପି ବସେ
ସେ ମହାନ ବଂଶୀବାଦକର ଗଳ୍ପ…

ହାୟ…

କାଳର ଚକ୍ର ସବୁକୁ ଅଚିରେ ଛୁଏଁ
ସ୍ବର୍ଣ୍ଣାଭ ଅତୀତରୁ ସମ୍ଭାବନାର ଭବିଷ୍ୟ
ଅଥଚ ସେ ଲାଳିତ୍ୟମୟ ପ୍ରେମକୁ
ଆଜି ବି ତିଳେ ହେଁ ସ୍ପର୍ଶ କରି ପାରିନାହିଁ
ମହାକାଳର ସେ ସର୍ଵଗ୍ରାସୀ ବିକରାଳ ରୂପ ।

ସେ ପ୍ରେମ ପୂର୍ଣ୍ଣ ସମର୍ପଣରେ ନୈସର୍ଗିକ
ନ’ ଥାଏ ଯେଉଁଠି ଅପ୍ରାପ୍ତିର ଦୁଃଖ
କେମିତି ସେ ପ୍ରେମ ହେବ କୁହ ଲୁପ୍ତ..?

ଶୁଣିଯାଅ ଏବେ ବି
ସେଇଠି ମୁହୂର୍ମୁହୂ ବଂଶୀଟିଏ
କେମିତି ତୁହାଇ ତୁହାଇ ଗାଏ…

ବନ୍ଧୁରେ…!
ପ୍ରେମ କେବେ ବସ୍ତୁବାଦୀ ନୁହେଁ ରେ…
ପ୍ରେମ କେବେ ବସ୍ତୁବାଦୀ ନୁହେଁ ରେ…

ହଁ…
ଯଦି ଅବିଶ୍ୱାସ ହୁଏ ତେବେ ଆସ
ସେ ମାଟିରେ କର୍ଣ୍ଣପାତି ଶୁଣିବାକୁ
ଅର୍ବୁଦ କାଳର ଅଲୌକିକ ଅତୀତ….

ଯେଉଁଠି ସ୍ଥାନ-କାଳ-ଚରିତ୍ର ଜୀଏଁ
ଗୋଟିଏ ଅନନ୍ତ କାଳୀନ ପ୍ରେମ ସହ
ଆଉ ସେ ବିରହରେ ବି ବାସେ ମହମହ ।

ଏବେ ବି ସେଇଠି ବସା ବାନ୍ଧେ
ସଭିଙ୍କ ହୃଦୟରେ ,,
ପୂର୍ବର ସେଇ ନୀଳାଭ ନୀଳପୁରୁଷ..!

ହଁ ସେ ନୀଳପୁରୁଷ…
ଏ ମହାନ ଆର୍ଯ୍ୟାବର୍ତ୍ତର
ସେ ହିଁ ଏକମାତ୍ର ମହାନ ବଂଶୀବାଦକ..!

ଅସଂଖ୍ୟ ଉଦବେଳିତ ପ୍ରାଣର କଥା
ବୋଧହୁଏ ଏଇଠୁ ଆରମ୍ଭ… (#କ୍ରମଶଃ)
#ଜ୍ଞାନେନ୍ଦ୍ର ପଣ୍ଡା..✍️

 256 total views,  1 views today

Leave a Reply

Your email address will not be published. Required fields are marked *