*ରାମ ରାଜ୍ୟ ଫେରିଵ କି?*
***************
ସୀମାଞ୍ଚଳ ପଣ୍ଡା
**********
ସରି ଆସିଲାଣି ରାଵଣର କାଳ
ରାମ ରାଜ୍ୟ ନାହିଁ ଵହୁତ ଦୂର,
ବଢ଼େ ଅତ୍ୟାଚାର ପଡ଼େ ହାହାକାର
ଅଥୟହେଲାଣି ସାରାସଂସାର।
ଧୈର୍ଯ୍ୟ ହୁଏ ଚ୍ୟୁତ ଜୀଵନ ଵିଵ୍ରତ
ରାଵଣ ସଂସ୍କୃତି ଵିଲୋପ ପାଇଁ,
ଵିଶ୍ୱ ଜନ ମତ ହୁଏ ଏକତ୍ରିତ
ସାଗର ସମାନ ମାଡ଼ି ଆସଇ,
କୋଟି ଜନତାର ଶୁଭେ ଉଗ୍ର ସ୍ୱର
କର ଅଵା ଵେଗେ ରାଵଣ ମାର,
ସରି ଆସିଲାଣି ରାଵଣର କାଳ
ରାମ ରାଜ୍ୟ ନାହିଁ ଵହୁତ ଦୂର।
ସତେ ଅଵା କାଳ କରିଵ କଵଳ
ସଂସାର ଆଉ ତ ନପାରେ ଚଳି,
ସେ ପରମ ଶକ୍ତି ଵଳରେ ବିପତ୍ତି
ହଟିଵ ରାଵଣ ପଡ଼ିଵ ଵଳି !
ଉଗ୍ର ଜନ ଵଳ ହେଲାଣି ପ୍ରଵଳ
ସାଗର ଯେସନ କୂଳକୁ ଲଙ୍ଘେ,
ଭ୍ରଷ୍ଟାଚାରୀ ଗଣ ଲଭିଵେ ମରଣ
ସଂସାର ଚାଲିଵ ସାଧୁଙ୍କ ସଙ୍ଗେ,
ଶ୍ରୀରାମ ଶାସନ ନାହିଁ ଵେଶି ଦିନ
ରାଵଣ ପାପର ହେଵ ସଂହାର,
ବଢ଼େ ଅତ୍ୟାଚାର ପଡ଼େ ହାହାକାର
ଅଥୟ ହେଲାଣି ସାରା ସଂସାର।
ରାଵଣ ମରିଵ ମାରିଵେ ରାଘଵ
ରାମ ରାଜ୍ୟ ପାଇଁ ପଡ଼େ ଡାକରା,
ସତ୍ୟର ରାଜୁତି ହୋଇଵ ଉତ୍ପତ୍ତି
ରାମ ରାଜ୍ୟହେଵ ସଂସାର ସାରା!
******************
ସୀମାଞ୍ଚଳ ପଣ୍ଡା