*ଦୁହିତା*
•••••••••••••
ବନଲତା ଜାଲି
ଦୁଇ କୁଳର ସେ ହିତ କରେ ବୋଲି
ନାମ ତାହାର ଦୁହିତା
ସବୁଥିରେ ସିଏ ଦକ୍ଷପାରଙ୍ଗମ
ସେ ହୁଏ ଅପରାଜିତା ll
ଚଉରା ମୂଳର ସଞ୍ଜବତୀ ସିଏ
ଅଗଣାର ସେ ତୁଳସୀ
ସୁନାସୂତା ଖିଅ କନ୍ୟା ରତନସେ
ଘରର ସେ ହସଖୁସି ll
ସେ ନୁହେଁ ଅଖୋଜl ସେ ନୁହେଁ ଅଲୋଡ଼ା
ସେ ପରା ଘରରମଣି
ସିଏ ଗଢିଥାଏ ସୁନାର ସଂସାର
ସମସ୍ତଙ୍କୁ ଯୋଡ଼ି ପୁଣି ll
ସେଅଟେ ଜନନୀ ସେ ପୁଣି ଭଗିନୀ
ପ୍ରେରଣାର ସିଏ ଉତ୍ସ
ଜାୟା ରୂପୀ ବଧୂ, ଝରାଇ ସେ ମଧୁ
ସମାଜକୁ କରେ ସ୍ୱଚ୍ଛ ll
ସେ ସହି ଯାତନା ଜନମ ଦିଅଇ
କୁଳଉତ୍ତରାଧିକାରୀ
ଅଜଣା ସମ୍ପର୍କ ଯୋଡ଼ିବାନ୍ଧି ଦିଏ
ସେନେହର ପ୍ରୀତି ଡୋରୀ ll
****************
ବନଲତା ଜାଲି
341 total views, 1 views today