**** *ଆଧ୍ୟାତ୍ମ ମାହାତ୍ମ୍ୟ* ****
**************
ସୀମାଞ୍ଚଳ ପଣ୍ଡା
***********
ମାତା ପିତା ଗୁରୁ ଚିନ୍ତନ ଉତ୍ତାରୁ
ଚତୁର୍ଥେ ପାବଛେ କରନ୍ତେ ଧ୍ୟାନ,
ଅନନ୍ତ ଶକତି ନିମନ୍ତେ ପ୍ରଣତି
ଢାଳଇ ସଂସାର ହିତ କାରଣ।
ସେହି ମହାଶକ୍ତି କାରଣେ ଭକତି
କରନ୍ତେ ସଂସାର ମଙ୍ଗଳ ପାଇଁ,
ଅନୁଭୂତି ମୋର କହେ ନିରନ୍ତର
ଚେତାଏ ଆଗକୁ ବଢ଼ଇ ଯହିଁ,
ଅନନ୍ତ ଶକତି ବିବିଧ ଆକୃତି
ରୂପ ସଂସ୍ଥାପନ ଶକ୍ତି ସାଧନ,
ମାତା ପିତା ଗୁରୁ ଚିନ୍ତନ ଉତ୍ତାରୁ
ଚତୁର୍ଥ ପାବଛେ କରନ୍ତେ ଧ୍ୟାନ।
ଆଧ୍ୟାତ୍ମ ଭକତି ପରମାତ୍ମା ଗତି
ଶକତି ସମାନ ନ ହେବେ କେହି,
ଇଚ୍ଛାରେ ତାହାର ଚଳେ ଏ ସଂସାର
ବିନା ଗତି ମୁକ୍ତି ଶକତି କାହିଁ?
ସବୁଠାରେ ରହି ସବୁ ଜାଣେ ସେହି
ସିଏ ପରା ସବୁ କାଳର ସାଥୀ,
ନର ଅନୁଭବେ ବିଶ୍ୱାସର ଭାବେ
ମହା ଶକତିର ସ୍ଥିତି ପ୍ରକୃତି,
ଦେଖ ଏ ପ୍ରକୃତି ଗତି ପରିଣତି
ଚଳାଏ ସଂସାର ଆଜ୍ଞା ପ୍ରମାଣେ,
ଅନନ୍ତ ଶକତି ନିମନ୍ତେ ପ୍ରଣତି
ଢାଳଇ ସଂସାର ହିତ କାରଣ।
ଏଇଠି ସମ୍ଭବ ସେଇ ଅନୁଭବ
ସାଧୁ ଭାବେ ହୁଅ ଆସ୍ଥା ଭାଜନ,
ଆଧ୍ୟାତ୍ମ ଅଧ୍ୟାୟ ହୋଇବ ଉଦୟ
ଆଶିଷେ ଲଭିବ ଦିବ୍ୟ ଜୀବନ।
*********************
ସୀମାଞ୍ଚଳ ପଣ୍ଡା
215 total views, 1 views today