🌼🌼କୁମାର ପୂର୍ଣ୍ଣିମା 🌼🌼
••••••••♥••••••••
ନଳିନୀ ପ୍ରଭା ମିଶ୍ର
🌼🌼🌼🌼🌼🌼🌼🌼🌼🌼🌼🌼🌼🌼
କୁମାର ପୂର୍ଣ୍ଣିମା ଆସିଛି ଆଜି
ବରଷେ ଥରେ
କୁମାର ଉତ୍ସବ ପାଳନ ବିଧି
ଓଡ଼ିଆ ଘରେ।
ଲୁଡୁ,ତାସ ଖେଳ ମଜାଟା
ଜମେ ଗାଆଁ ର ଦାଣ୍ଡେ
ପର୍ବ ମୁଖରିତ ଉଲ୍ଲାସ ଭରେ
ପ୍ରତିଟି ଚାଣ୍ଡେ।
କାକରା,ଆରିସା, ଚକୁଳି
ପିଠା ହୁଏ ପ୍ରସ୍ତୁତି
ଦିଆନିଆ ଖିଆପିଆ ରେ
ଯାଏ ଦିବସ ବିତି।
ଦିନ ଅବସାନେ ଅଶିଣ ସଞ୍ଜ
ଆସ ଇ ଧାଇଁ
କୁମାରୀ ଙ୍କ ମନ ଉଚ୍ଛନ୍ନ
ଜହ୍ନି ଓଷାର ପାଇଁ।
ଜହ୍ନି ଓଷା ଉଦ୍ୟାପନର ଦିନ
ପୁନେଇଁ ରାତି
ହୁଳହୁଳି ଦେଇ କୁମାରୀ
ଯିବେ ଚ ଉରା କତି।
ବୃନ୍ଦାବତୀ ପୀଠ ହୁଅଇ
ଲିପା ମୁରୁଜ ଦେଇ
ଜହ୍ନି ଫୁଲ କ ଇଁ ଫୁଲରେ
କୋଠି ଅଙ୍କା ହୁଅଇ।
ନବ ବସ୍ତ୍ର ପରିଧାନ ରେ
ଭକ୍ତି ,ଶ୍ରଦ୍ଧା ମାନସେ
ନୈବେଦ୍ୟ କରନ୍ତି ଅର୍ପଣ
ବୃନ୍ଦାବତୀଙ୍କ ପାଶେ
ଜହ୍ନି ଓଷା ଗୀତ ଗାଇଣ
ପୁଷ୍ପ ଆଞ୍ଜୁଳି ଦେଇ
ଚାନ୍ଦ ବନ୍ଦାପନା କରନ୍ତି
ଲାଜା ଥାଳିକୁ ନେଇ।
କୁମାର କାର୍ତ୍ତିକ ଜନମ
ଦିନ ତିଥିଟି ଏହି
ଭକତି ପୂଜନେ କାର୍ତ୍ତିକ ସମ
ପତି ମିଳ ଇ।
ଆମ ସଂସ୍କୃତି ମହାନ୍ ଧାରା
ଯା ପ୍ରଚଳିତ
ପର୍ବ ପର୍ବାଣୀ ର ପାଳନେ
ନର ହୁଏ ଜଡ଼ିତ।
ଉଜ୍ଜୀବିତ କରି ପୁରାଣ
କଥା ମନେ ପକାଇ
ପାଳନୀୟ ଆମ ରୀତିକୁ
ଜମା ଭୁଲିବା ନାହିଁ।
କୁମାର ପୂର୍ଣ୍ଣିମା ଆମରି
ଏକ ବଡ଼ ପରବ
ଉତ୍କଳୀୟ ପରମ୍ପରାର
ଯାହା ବହ ଇ ଗର୍ବ।
••••••••♥••••••••
ନଳିନୀ ପ୍ରଭା ମିଶ୍ର
138 total views, 1 views today
I am not rattling fantastic with English but I find this really easy to interpret.