ପାରିଲେନି ବୁଝି ପ୍ରେମିକ ମୋହର
ହେ ବରଷା ଟିକେ ରହିଯା …..
ହେ ପବନ ଟିକେ କମିଯା ……
ହେ ଘଡ଼ଘଡ଼ି ଆଉ ତୋ ଶବ୍ଦ ଶୁଣାନା ……
ହେ ବିଜୁଳି ଆଉତୁ ଚକ୍ ମକ୍ କର ନା ……..
ଆଉ ଜାଣି ଶୁଣି ଛଲନା କାହିଁକି…..?
ଆଉ ଦେଖି ଦେଖି ବାହାନା କାହିଁକି….?
ଆଜି ଆଉ ସେ ଦିନର ରାତି ନୁହେଁ
ମୋ ସାଥିରେ କେହି ନାହିଁ ଲୋ
ମୁଁ ଆଜି ରାତିରେ ଏକା
ନିରୋଳା ରାସ୍ତା ର ନିଘଞ୍ଚ ଅନ୍ଧାରରେ
ମୁଁ ଆଜି ଡେଣା କଟି ଯାଇଥିବା ଗୋଟେ ପକ୍ଷୀ
ରାତିରେ ହେଉଛି ମୁଁ ଛଟପଟ ।
ସେ ଦିନ ବର୍ଷା ରାତି ରେ
ପାଖରେ ଥିଲେ ମୋ ମନର ମାଣିକ
ବର୍ଷା, ଘଡ଼ଘଡ଼ି, ବିଜୁଳି,ପବନ
କରୁଥିଲେ ତାଣ୍ଡବ ଆଉ ମୁଁ
ତାଙ୍କରି କୋମଳ ହୃଦୟକୁ ଜାବୁଡ଼ି ଧରୁଥିଲି ।
ଆଜି ମୁଁ ଏକା…..
ମୁଁ ଅସହାୟ…….
ମୁଁ ନିରୁପାୟ……
ମୁଁ କଲଙ୍କିନି…….
ମୁଁ ହୃଦୟ ହୀନା….
ଏଇ ଅମାବାସ୍ୟା ରାତିର ଅନ୍ଧାରରେ
ଚାଲୁ ଚାଲୁ ଅଧା ବାଟରେ ହାତ ଛାଡାଲେ
ମୋ ଜୀବନରେ ଆସିଥିବା ପ୍ରେମିକ
ମୋ ପ୍ରେମକୁ ପାରିଲେନି ବୁଝି
ପ୍ରେମିକ ମୋହର
ଚାଲୁ ଚାଲୁ ଏ ସମୟେ ଛାଡି ଦେଲେ ହାତ ।
ସତରେ ଏଇ ଦୁନିଆ ବେଇମାନ
ସଚ୍ଚା ପ୍ରେମକୁ ସହି ପାରେନା
ଭଲ ସଂପର୍କକୁ ଦେଖି ପାରେନା ।
କାହାକୁ ମୁଁ ଦୋଷ ଦେବି
ଏହାତୋ ମୋହରି ଭାଗ୍ୟର ଲେଖା
ଆଉ କରୁଥିବା କର୍ମର ଫଳ ।
ହେଲେ ଶୁଣ ହେ ଅମାବାସ୍ୟା ରାତିର
ବର୍ଷା, ଘଡ଼ଘଡ଼ି, ବିଜୁଳି,ପବନ
କହିଦେବ ସେ ମୋର ହୃଦୟ ହୀନା ପ୍ରେମିକ କୁ
ଯଦି ମୋତେ କେବେ ଖୋଜନ୍ତି,
ଖୋଜିବାକୁ ଆସନ୍ତି
ପୂର୍ଣ୍ଣିମା ରାତି ର ଆଲୋକରେ
ଏଇ ବାଟ ଦେଇ ଖୋଜିବାକୁ ଆସିବେ
ତାଙ୍କୁ କହିଦେବ ମୋର ଦୁଃଖର ଯନ୍ତ୍ରଣା
ଆଖିର ଲୁହ କୁ ପାଟିରେ ପିଇ ଯଦି ମୁଁ ବଞ୍ଚି ଥାଏ
ହେଲେ ସେ ଦିନ ବି ଥିବି ତାଙ୍କରି ଅପେକ୍ଷାରେ ।
✍️ନୀଳାମ୍ବର ମହାନନ୍ଦ
🏘️ଆମ୍ବଗୁଡା ଗୋଲାମୁଣ୍ଡା କଳାହାଣ୍ଡି
📞୯୩୪୪୨୦୪୫୦୯
https://zithromaxeth.com/
how much is zithromax zithromax order
https://zithromaxeth.com/