ଶୀର୍ଷକ:-ପ୍ରେମ ତୁମେ କାହାର
ସତ କୁହ ପ୍ରେମ ତୁମେ କାହାର ?
ଜନନୀର ସ୍ନେହ,ପତ୍ନୀର ପ୍ରେମ
ସନ୍ତାନର ବାତ୍ସଲ୍ୟ,ଭଗ୍ନୀର ଶ୍ରଦ୍ଧା
ଅବା ବନ୍ଧୁର ସହୃଦୟତା ।।
ତୁମେ କ’ଣ ବିହଙ୍ଗର କାକଳି ?
ଚାନ୍ଦର ଚାନ୍ଦିନୀ,ଫୁଲର ଫଗୁଣ
ବୈଶାଖର ତାତି,ଶ୍ରାବଣର ବର୍ଷାପାତ
ଅବା ବସନ୍ତର ନବ ଉଚ୍ଛ୍ୱାସ ।।
ତୁମେ କ’ଣ ଆକାଶର ନିଳୀମା
ପବନର ହିଲୋଳ,ଅରଣ୍ୟର ଶ୍ୟାମଳିକା
ଋତୁଚକ୍ର ଆବର୍ତ୍ତନ,ସବୁଜ ଶସ୍ୟକ୍ଷେତ୍ର
ଅବା ପଲ୍ଲୀଲଳନାର ନୂପୁର ଧ୍ୱନି ।
ତୁମେ କ’ଣ ଜ୍ୟୋତ୍ସ୍ନାପ୍ଲାବିତ ରଜନୀ
ଅରୁଣର କଷାୟ ବାସ,ଶିଶୁ ଧୂଳିଖେଳ
ଦେବମନ୍ଦିର ଆଳତୀ,କୈଶୋରର ହସ
ଅବା ଗାଈଆଳ ମନଫୁଲାଣିଆ ଗୀତ
ତୁମେ କ’ଣ ପ୍ରେମିକାର ସ୍ବପ୍ନଭିଜା ରାତି
ଶିଶୁର ଦରୋଟିକଥା,ଶିକ୍ଷକଙ୍କ ଛାଟ
ଜେଜି ମାଆ ଗପପେଡ଼ି,ବାପାଙ୍କର କାନ୍ଧ
ଅବା ପଡ଼ୋଶୀଙ୍କ ଦୟା,ସହାନୁଭୂତି ।।
ପ୍ରେମ ତୁମେ ଶାଶ୍ୱତ,ଚିରନ୍ତନ,ନୈସର୍ଗିକ
ମଧୁମୟ,ସୁଧାମୟ,ପ୍ରଶାନ୍ତିର ସେତୁ
ଜ୍ଞାନାଲୋକ,ବୁଦ୍ଧି,ବିବେକ,ବ୍ୟବହାର
ସତରେ ଯୋଗସୂତ୍ରକାରୀ ଜଗତର।
******************************
,ପୁରୀ
୮୮୪୭୮୨୪୭୨୯