March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ତୁମେ ଆସୁଛ ବୋଲି– ଦୀପିକା ଦାଶ*

ତୁମେ ଆସୁଛ ବୋଲି
★★★★★★★★
ତୁମ ପ୍ରତୀକ୍ଷାରେ
ଅସରନ୍ତି ଦିନ ଗୁଡିକ ଗଣି ଗଣି
ଶେଷରେ ପୂର୍ଣ୍ଣଛେଦଟିଏ ପଡିଛି

ଆଜି ତୁମେ ଆସିବ ବୋଲି
ପାଦ ମୋର ଜମା ତଳେ ଲାଗୁନି
ମନ ବି ଆଉ ବୋଲ ମାନୁନି ।

ଜାଣିଛ..??
ଇଲିଶି ମାଛ ରାନ୍ଧିଛି ତୁମ ପସନ୍ଦର
ସଜ୍ଜିତ କରିଦେଇଛି ଶୟନ କକ୍ଷକୁ ଆମର ।

ମୋ ପସନ୍ଦର ଗୋଲାପି ପରଦା
ଟାଣିଦେଇଛି କବାଟରେ
ଆଉ ତୁମରି ପସନ୍ଦର
ବାଇଗଣୀ ରଙ୍ଗର ଚାଦର
ବିଛାଇଦେଇଛି ଆମ ଶଯ୍ୟାରେ ।

କ୍ଷୀଣ ଆଲୋକ ଯୁକ୍ତ
ନୀଳରଙ୍ଗର ସ୍ୱପ୍ନିଳ ଆଲୋକ
ଲଗାଇ ଦେଇଛି କାନ୍ଥରେ
ଶୟନ କକ୍ଷରେ ଶିହରଣ ଖେଳୁଛି
ରୁମ ଫ୍ରେସନର୍ ର
ମହମହ ରଜନୀଗନ୍ଧା ବାସରେ ।

ମୁଁ ଜାଣେ ତୁମେ ମୋତେ ଛୁଉଁ ଛୁଉଁ
ବନ୍ଧା କେଶ ସବୁ ଅସଜଡ଼ା ହୋଇଯିବ,
ପାଦରୁ ପଟେ ପାଉଁଜି ଖସିଯିବ,
ଓଠର ଲିପଷ୍ଟିକ ଆଉ ଆଖିର କଜଳ
ମୋ ମୁଖରେ ଲଜ୍ଜାର ଚିତ୍ର ଆଙ୍କିଦେବ,
ତୁମେ ଆସିବାର ଠିକ୍ ପରେ ପରେ
ଗଭା ରୁ ମୋର ଗଜରା ଛିଡ଼ିପଡ଼ି
ଏଣେତେଣେ ଖସି ପଡୁଥିବ ।

ଅମାପ ଉନ୍ମାଦନା
ମୋ ଭିତରେ ତୁମ ଲାଗି
କରିଛି ମୁଁ ଶୃଙ୍ଗାର
ତୁମ ଆଖିର ଆଇନାକୁ ଦେଖି
ତୁମେ ମୋ ସୁହାଗ
ଦେଖ ତୁମ ପାଇଁ ମୁଁ
ଅଭିସାରିକାର ଶୃଙ୍ଗାର ସାଜିଛି ।

ତୁମକୁ ଭଲଲାଗେ ବୋଲି
ସେଇ ହଳଦିଆ ପତଳା ଶାଢ଼ୀକୁ ପିନ୍ଧିଛି
ବାରମ୍ବାର ମୁରୁକି ମୁରୁକି ହସି
ତୁମ ଫୋଟୋକୁ ଆଣି ଦେଖୁଛି ।

ମନ ମୋର ଅସମ୍ଭାଳ
ହୃଦୟ ବି ଭାବବିହ୍ଵଳ
ଯେତେଯେତେ ନିକଟତର ହେଉଛି
ତୁମ ଆସିବାର ବେଳ ।
◆◆◆◆◆◆◆◆◆◆
#ଦୀପିକା ଦାଶ

 539 total views,  1 views today

Leave a Reply

Your email address will not be published. Required fields are marked *