March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଭାଙ୍ଗିଦିଅ ଅଭିମାନ ପ୍ରିୟ– ଦୀପିକା ଦାଶ*

ଭାଙ୍ଗିଦିଅ ଅଭିମାନ ପ୍ରିୟ
*******************
ଏଇ ଶୁଣୁଛ ଶୁଣ
ତୁମେ ଶୋଇଗଲ
ନା ଜାଣିଶୁଣି
ଅଭିମାନରେ ଶୋଇଛ ?

ମୁଁ ଜାଣେ ଠିକ୍ ଜାଣେ
ମୋତେ ଅପେକ୍ଷାରତ ନାୟକଟି
ଆଜି ମିଛିମିଛିକା ଶୋଇଯାଇଛି ।
କେବଳ ମୋତେ ଚିଡାଇବାକୁ
ଗୋଟିଏ ଆଖି ଖୋଲି
ଆଉ ଗୋଟିଏ କୁ ବନ୍ଦ କରି
ମିଟି ମିଟି କରୁଛି ।

କଣ ଯେ
କେତେ ଡାକିଲେ ବି ଶୁଣୁନାହଁ
ତକିଆକୁ ଜାବୁଡି ରେଜେଇ ଘୋଡ଼ି
କାନ୍ଥ ଆଡକୁ ମୁହଁ ବୁଲେଇ
ମୋତେ ପିଠି କରି ଶୋଇଯାଉଛ ?

ଥରୁଟିଏ ଭାବ ତ
କେତେ ପାଉଛି ମୁଁ କଷ୍ଟ
ମୋ ଆଖିରୁ ନିଦ ହଜାଇ
ମୋ ଧୈର୍ଯ୍ୟର ଦୀପଟିକୁ ଲିଭାଇ
ମିଳନର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ
ଆଲିଙ୍ଗନ କରିନିଅ ମୋତେ
ଆଉ ଛଟପଟ ନ କରାଇ ।

ପ୍ରେମ ପ୍ରଣୟର ଦହନରେ
ମୁଁ ଦଗ୍ଧିଭୂତ ହେଲା ବେଳେ
ତୁମକୁ ଥଟ୍ଟା ଲାଗିଛି ?
ଡାଙ୍ଗରେ ମହୁ ଖାଇ ମହୁଖିଆ ଉଲ୍ଲା ପରି
ମୋ କାକୁସ୍ଥ ପଣରେ ତୁମକୁ ମଜ୍ଜା ଆସୁଛି ?

ମୋ ସୁନା ଟା ପରା…
ଥରୁଟିଏ ମୋ ଆଡ଼କୁ ତ ଚାହଁ
ତୁମେ ବୋଧହୁଏ ଭୁଲି ଯାଇଛ
ତୁମ ସ୍ତ୍ରୀ ଟି ଏ ଘର ବୋହୁ !
ସାଂସାରିକ ଜୀବନ ଜଞ୍ଜାଳର
ଦିନଚର୍ଯ୍ୟାରେ ବାନ୍ଧି ହୋଇ
ଛୋଟବଡ଼ ତମାମ ଘରକରଣା ବୁଝିବୁଝି
ବୋଉଙ୍କୁ ଔଷଧ,
ବାବାଙ୍କୁ କ୍ଷୀର ଦେଇ ଆସି ଦେଖେ ତ
ତୁମ ମୁହଁ ପାଲଟିଛି ଉଷୁନା ହାଣ୍ଡି !

ଏଥର ମାନିଯାଅ
କାନ ଧରୁଛି, ସତ କହୁଛି
କାନ୍ଦି ଦେବି ଯେ…
ଉଁ…ଉଁ…ଉଁ
କଣ ଏକା ତୁମକୁ ଆସେ କି ଅଭିନୟ ?
କିଛି ଟା ମୁଁ ବି କରିପାରେ
ଏଇ ଟିକକ ଲୁହ
ଖୋଲିଦେଲା ନା ମୁଖା ତୁମ ଅଭିନୟର ।

ମୁଁ ଜାଣେ ତୁମେ ସହିଯିବ
ସବୁ ଦୁଃଖ ଯନ୍ତ୍ରଣା ଏ ସଂସାରର
କିନ୍ତୁ ସହିପାରନା ବିନ୍ଦୁଟିଏ ବି ଲୁହ
ମୋ ଆଖିର ।
★★★★★★
#ଦୀପିକା ଦାଶ

 421 total views,  1 views today

23 thoughts on “*ଭାଙ୍ଗିଦିଅ ଅଭିମାନ ପ୍ରିୟ– ଦୀପିକା ଦାଶ*

  1. Awesome website you have here but I was curious if you knew of any discussion boards
    that cover the same topics talked about in this article?
    I’d really love to be a part of online community where I can get advice from other experienced individuals that share the same
    interest. If you have any suggestions, please let me know.
    Thank you!

    My blog … tracfone special coupon 2022

  2. I will immediately clutch your rss feed as I can’t in finding your email subscription link or newsletter service.Do you have any? Kindly allow me know in order that I may justsubscribe. Thanks.

  3. A fascinating discussion is worth comment. I believe that you need to write more about this issue, it might not be a taboo matter but usually folks don’t speak about such issues. To the next! Kind regards!!

  4. Hello! I’m at work surfing around your blog from my new iphone 3gs!Just wanted to say I love reading through your blog and look forward to all your posts!Carry on the fantastic work!

  5. Thanks on your marvelous posting! I genuinely enjoyed reading it, you are a great author.I will makesure to bookmark your blog and may come backlater on. I want to encourage you to continue your great job,have a nice holiday weekend!

Leave a Reply

Your email address will not be published. Required fields are marked *