October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଶେଷ ନିଷ୍ପତ୍ତି–ଦୀପିକା ଦାଶ*

 

*ଶେଷ ନିଷ୍ପତ୍ତି*
◆◆◆◆◆◆◆
~ ଦୀପିକା ଦାଶ

ରାତ୍ରୀ ପ୍ରାୟ ବାରଟା ବାଜିଲାଣି । ସବୁଦିନ ପରି ସେଦିନ ବି ଦୀପ୍ତି ଘରର ନିତିଦିନିଆ କାମ ସାରି, ବାଲକୋନୀର ଝରକା, କବାଟ ବନ୍ଦ କରି ନିଜ ରୁମକୁ ଆସିଲା । ସାରାଦିନ ସଂସାରିକ ଜଞ୍ଜାଳରେ ଜୁଝି ହୋଇ ସେ ଯେମିତି ଗୋଟିଏ ଶବ ପାଲଟି ଯାଇଥିଲା । ହାଲିଆ ଭାଙ୍ଗିବା ପାଇଁ ଧଢକରି ନିଜକୁ ଖଟ ଉପରେ ପକାଇ ଦେଲା । ଖଟକୁ ଲାଗି ରହିବା ଲାଇଟର ସୁଇଚକୁ ବନ୍ଦ କଲା ।
ହଠାତ୍ ସେତିକି ବେଳେ ଏକ ଟିଙ୍ଗ୍ ଟିଙ୍ଗ୍ ଶବ୍ଦଟେ ବାଜିଲା । ତା’ ନଜର ଯାଇ ପଡିଲା ମୋବାଇଲ ଉପରେ । ସେ ମୋବାଇଲକୁ ଚେକ କରି ଦେଖେ ତ, ଫେସ୍ ବୁକଲେ ଗୋଟିଏ ଫ୍ରେଣ୍ଡ ରିକ୍ୟୁଏଷ୍ଟର ନୋଟିଫିକେସନ ଆସିଛି । ଦୀପ୍ତି ନୋଟିଫିକେସନଟିକୁ ଖୋଲି ଦେଖିଲା, ତାହା ଥିଲା ତାର ହାଇସ୍କୁଲ ସାଙ୍ଗ ସୁମନ୍ତ ପାଣିଗ୍ରାହୀ । ସେ ଫ୍ରେଣ୍ଡ ରିକ୍ୟୁଏଷ୍ଟଟିକୁ ଗ୍ରହଣ କଲା । ମୋବାଇଲକୁ ଅଫ କରିଦେଲା । ନିଦ ବଟିକା ଖାଇଲା ପରି ଆଖିରେ ଆଖିଏ ନିଦ ।
ତା’ ପରଦିନ ଉଠିବାରେ ବିଳମ୍ବ ହୋଇଯାଇଛି । ସେ ବହୁତ ଡରି ଯାଇଉଠିଲା । ସେପଟୁ ଗୋଟିଏ ବଡ଼ ଚିତ୍କାର ଶୁଣାଗଲା । “ହଇଲୋ, ଭୋଗାତୀ ଘରର ଝିଅ । ଘରର କାମ କିଏ କରିବ ? ଏତେ ଯଦି ଶୋଇବାର ଇଚ୍ଛା, ବୋପାକୁ କହୁନି ଗୋଟେ ଚାକରାଣୀଟେ ଦେଇଦେବ ।” ଦୀପ୍ତି ଜାଣିଗଲା ଆଜି ଶାଶୁ ତା’ ଉପରେ ଅଗ୍ନି ବର୍ଷଣ କରିବେ । ସେ ନରମ କଣ୍ଠରେ କହିଲା, ନାଇଁ ମ ବୋଉ । ମୋ ମୁଣ୍ଡ ଜୋରରେ ବଥା ହଉଥିଲା । ମୋ ଦେହ ଟିକିଏ ଭଲ ଲାଗୁନି ତ ଟିକେ ଲେଟ୍ ହୋଇଗଲା ଉଠିବାରେ । ଏବେ ହିଁ ଯାଉଛି ଗାଧୋଇକି ଆସି ସବୁ କାମ ଆରମ୍ଭ କରିଦେବି । ଘର ଝାଡ଼ୁମାରିବା, ବଗିଚାରୁ ଫୁଲ ତୋଳିବା କାମଟା ସରାଇଦେଲା । ତରବରିଆ ହୋଇ ଗାଧୁଆଘରୁ ବାହାରି ଆସିବା ବେଳେ ଦୀପ୍ତିର ଗୋଡ ଖସିଗଲା ମାର୍ବଲ ଚଟାଣରେ । ମୁଣ୍ଡର ଗୋଟିଏ ପାର୍ଶ୍ଵ ଫୁଲି ଆବୁ ହୋଇଗଲା । ଗୋଡ ହାତ ଖଣ୍ଡିଆ ଖାବରା ହୋଇ ଯାଇଥିଲା । ସୁଲୋଚନା ଦେବୀ ଦେଖି ପୁଣି ଚିତ୍କାର କରି କହିଲେ, ” ଏତିକି ଟିକିଏ ମାଡରେ କିଏ କେବେ ମରିଯାଏନି । ଜଲଦି ଯାଇ କାମ ସରା । ମୋ ଝିଅ ଜ୍ୱାଇଁ ଆଜି ଆସିବେ ।”

ଦୀପ୍ତିକୁ ବହୁତ କଷ୍ଟ ହେଉଥିଲା । ଶ୍ବଶୁରଙ୍କୁ କହିଲା ଔଷଧ ଆଣିଦିଅ । ସେ ହସରେ ଉଡେଇ ଦେଇ କହିଲେ, ତୁମେ ବହୁତ ଉଛେଇ । କିଛି ନ ହେଲେ ବି ଫେସନକୁ ଔଷଧ ଖାଇବ । ସେ ଛୋଟାଇ ଛୋଟାଇ ଠାକୁରଙ୍କ ଘର କବାଟ ଖୋଲି ଧୂପ, ଦୀପ ଦେଇ ଫୁଲ ଚଢ଼ାଇଲା । ବିଭୂ ବନ୍ଦନାଟି ଗାନ କରି ଆଖୁରୁ ଦୁଇଧାର ଲୁହ ଗଡାଇ ଦେଲା । ସତେ ଯେମିତି ତା’ର ନିଜର ବୋଲି କେହି ନାହିଁ ।
ନିଜ ଦୁଃଖକୁ କାହା ଆଗରେ କହି ହାଲକା ହେବାକୁ ଏ ଦୁନିଆରେ ତା’ର କେହି ନାହିଁ । ସ୍ଵାମୀ ବାହାରେ ଚାକିରି କରନ୍ତି । ବିବାହକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଅଜିତ୍ ବାବୁଙ୍କର ଦୀପ୍ତି ପ୍ରତି ଲୋଭ, ପ୍ରେମ କି କି ଦାୟିତ୍ବବୋଧ ନାହିଁ । ସକାଳୁ ଥରେ ଗୁଡ୍‌ ମର୍ଣ୍ଣିଙ୍ଗ । ଖାଇଲଣି କି, କ’ଣ ରୋଷେଇ କରିଛ, ମୁଁ ବହୁତ ଟାଏଡ, ଖାଇକି ଶୋଇଯିବି, ଗୁଡ୍‌ନାଇଟ୍, ଏତିକି କହି ଫୋନ ରଖନ୍ତି ଅଜିତ ବାବୁ ।
ଦୀପ୍ତି ଠାକୁରଙ୍କୁ ସବୁବେଳେ କାନ୍ଦି କାନ୍ଦି ତା ଦୁଃଖ କହେ । ପୂଜା ସାରି ଆସିଲା ରୋଷେଇ ଘରକୁ । ପ୍ରଥମେ ଶ୍ବଶୁର ପାଇଁ, ଶାଶୁ ପାଇଁ ଗ୍ୟାସଷ୍ଟିକ୍ ଔଷଧ ନେଇ ଦେବାଠାରୁ ଆରମ୍ଭ ହୁଏ ଦୀପ୍ତିର ଦିନଚର୍ଯ୍ୟା । ଶାଶୁଙ୍କ ଔଷଧ ଦେଇ ଆସୁ ଆସୁ, ନଣନ୍ଦ, ନଣଦେଇ, ଭଣଜା, ଭାଣେଜୀ ରୁଣ୍ଡ । ସମସ୍ତେ ଏଇ ଅସହାୟ ଦୀପ୍ତିଙ୍କୁ ଦେଖୁଥାନ୍ତି । କିନ୍ତୁ ଦୟା, ବିକଳ ଯେମିତି ତାଙ୍କ ପାଖରୁ ସରିଯାଇଛି । ନଣନ୍ଦ ଦେଖୁ କହିଲା – “ମହାରାଣୀ, ଆଜି ସଜବାଜ ହେଇଳି ବସି ରୁହନା । ଏତେ ଦିନ ପରେ ବାପା ଘରେ ପାଦ ପକେଇଛି, କ’ଣ ମୁଁ ନିଜେ ରାନ୍ଧିକି ଖାଇବି କି ? ଏମିତି ମାଡ ହୁଏ , ତାକୁ ଧରିକି ଆମକୁ କାମ କରିବାକୁ ପଡିବ ।” ଦୀପ୍ତି କ୍ଷୀଣ ସ୍ବରରେ କହିଲା, “ଆରେ ଜିନି, ତୁମେ ବ୍ୟସ୍ତ ହୁଅନି । ମୁଁ ଏବେ ଯାଇ ଚା, ଜଳଖିଆ ବନାଇ ଆଣିବି।’

ଦୀପ୍ତି ରୋଷେଇ କରି ଜଳଖିଆ ଆଣି ଅତିଥି ସତ୍କାର କଲା । ଏବେ ଭାତ ରାନ୍ଧିବାକୁ ଚାଲିଗଲା । ପରିବା କାଟୁଛି ଠିକ୍ ସେତିକିବେଳେ, ସୁଲୋଚନା ଦେବୀ ରଡ଼ି ଛାଡି କହିଲେ – “ହଇଲୋ ଦୀପ୍ତି । ମୋ ମୋବାଇଲଟା ଆଣିଦେଲୁ ।” ଦୀପ୍ତି ପରିବା କଟା ବନ୍ଦ କରି ଯାଇ ମୋବାଇଲଟା ଶାଶୁଙ୍କ ଦେଇ ପୁଣି ପରିବା କାଟି ବସିଲା । ଆଉ ଅଳ୍ପ ସମୟ ପରେ ଭାଉଜ ମୋ ପାଇଁ ପାଣି ଗ୍ଲାସଟେ ଆଣିଲେ ।” ଦୀପ୍ତି ପୁଣି ଉଠି ଯାଇ ପାଣି ଗ୍ଲାସଟେ ଦେଲା । ପୁଣି ଶ୍ବଶୁର ଡାକିଲେ – ମୋ ଘଡିଟା କଉଠେ ରଖିଛି, ଆସିଲ ଦେବ ।”

ବାରମ୍ବାର ଉଠାବସାରେ ଦୀପ୍ତିର ଗୋଡଟି ବେଙ୍ଗ ପରି ଫୁଲିଗଲାଣି । ଗଣ୍ଠିରୁ ରକ୍ତ ବି ବାହାରୁଛି । ସେ ପାଖରେ ଥିବା କାନ୍ଥଟିକୁ ଧରି ଠିଆ ହେଲା । ବହୁତ କଷ୍ଟରେ ପାଦଟିକୁ ଧିରେ ଧିରେ ପକାଇ ଶ୍ୱଶୁରଙ୍କୁ ଘଡି ଦେଇ ଆସିଲା । ମୁହଁଟା ବୁଲେଇଛି କି ନାହିଁ ଜିନି କହିଲା – “ଏ ଶୁଣ । ଝିଅ ଝାଡ଼ା କରିଦେଲା । ନେଲ, ତାକୁ ଟିକିଏ ପରିଷ୍କାର କରି ଆସିଲ । ଦାପ୍ତି ବହୁତ କଷ୍ଟରେ ମୁନମୁନକୁ କାଖରେ ନେଇ ପରିଷ୍କାର କରି ତା’ ମା ପାଖରେ ଛାଡ଼ିଲା । ରନ୍ଧା ସରିଲା । ଏଥର ଅନେକ ରକମର ବ୍ୟଞ୍ଜନ ପରସିଲା ଦିପ୍ତି । ସବୁକାମ ସରାଇ ଦିନ ପ୍ରାୟ ଦୁଇଟା ହେବ, ନିଜ ରୂମକୁ ଗଲା । ଧଡ଼କରି ଖଟ ଉପରେ ପଡ଼ିଗଲା ।
ମୋବାଇଲଟିକୁ ବାହାର କରି ଅନଲାଇଇନ ଆସୁ ଆସୁ ଦେଖେ ତ, ସୁମନ୍ତର କେତେଟା ମେସେଜ୍ ଅଛି । ଦୀପ୍ତିକୁ ସତେ ଯେମିତି ସେ ଗୋଟିଏ ଯୁଗରୁ ଅପେକ୍ଷା କରିଥିଲା ।
ସୁମନ୍ତ ? ହାଏ ଦୀପ୍ତି, ଚିହ୍ନିପାରିଲ ମତେ ?
ଦୀପ୍ତି : ହାଏ ସୁମନ୍ତ । ହଁ ଚିହ୍ନି ପାରିବିନି କେମିତି କହିଲ । ଆମ ସ୍କୁଲର ସବୁ ଠାରୁ ଦୁଷ୍ଟ ପିଲା ତମେ ଥିଲ ।

ଏମିତି କିଛି ସମୟ ଉଭୟେ କଥା ହେଲେ । ଦୀପ୍ତିକୁ ବହୁତ ଖୁସି ଲାଗିଲା ନିଜ ପୁରୁଣା ସାଙ୍ଗ ସହ କଥା ହେଇ । ଦୁହେଁ ପରସ୍ପର ସହ ଅଧିକରୁ ଅଧିକ ସମୟ ବିତାଇବାରେ ଲାଗିଲେ । ଏବେ ଦୀପ୍ତିକୁ ନିଜର ଦୁଃଖ କହିବାକୁ ଜଣେ ଅନ୍ତରଙ୍ଗ ବନ୍ଧୁଟିଏ ମିଳିଗଲା ।

ସୁମନ୍ତ ଦିନେ କହିଲା – “ ଜାଣିଛୁ ଦୀପ୍ତି । ଗୋଟିଏ ସତ କଥା ମୁଁ କହୁଛି ।

ତୋତେ ମୁଁ ପଢ଼ା ସମୟରୁ ହିଁ ବହୁତ ଭଲପାଉଥିଲି । ଏବେ ବି ପାଉଛି । ତୁ ଏଠି ବହୁତ କଷ୍ଟରେ ଅଛୁ । ମୁଁ ଏବେ ବି ତତେ ପାଗଳଙ୍କ ପରି ଭଲପାଉଛି । ତୁ ଆସେ ମୋ ପାଖକୁ ।”
ଦୀପ୍ତି ନିରବରେ ଏକ ଦୀର୍ଘ ନିଃଶ୍ୱାସ ମାରି କହିଲା – ” ଏହା ଏବେ ଆଇ ସମ୍ଭବ ନାହିଁ । ବହୁତ ବିଳମ୍ଭ ହୋଇଗଲା ।
“ସୁମନ୍ତ କିନ୍ତୁ ଗୋଟିଏ କ୍ଷଣ ବି ଆଉ ଦିପ୍ତିଠୁ ଦୁରତା ସହି ପାରୁନଥାଏ । ଦୀପ୍ତି ବି ପ୍ରତ୍ୟେକ ଦିନର ସୁଖ ଦୁଃଖ ସୁମନ୍ତକୁ କହେ । ବହୁତ ବିଳମ୍ବ ରାତି ଯାଏ ଦୁହେଁ ଚାଟ୍ କରନ୍ତି । ସେ ରାତି କିନ୍ତୁ ସୁମନ୍ତ, ଦୀପ୍ତିକୁ ଦେଖିବାକୁ ଜିଦ୍ ଧରିଲା । ଭିଡ଼ିଓ କଲ କରେ ଦୀପ୍ତି, ମୁଁ ମରିଯିବି ତତେ ଝୁରି ଝୁରି । ଏମିତି କହି ବହୁତ ନେହୁରା ହେଲା । ଭିଡିଓ କଲରେ ଦୀପ୍ତି ସେମିତି ନିରୀହ ଝିଅଟିଏ ପରି ସୁମନ୍ତକୁ ଲାଗୁଥାଏ । ସୁମନ୍ତ ଓ ଦୀପ୍ତି ଉଭୟଙ୍କୁ ଦେଖି ଖୁସିରେ କାନ୍ଦିବାକୁ ଲାଗିଲେ । ସୁମନ୍ତ ପୁଣି ପଚାରିଲା “ମୋ ଆଖୁକୁ ଚାହାଁ ଦୀପ୍ତି ।
ଠିକ୍ ତା’ ପରଦିନ ଦିନ ଚାରିଟା ସୁମନ୍ତ ଫୋନ୍ କଲା – ” ଦୀପ୍ତି ! ଘରୁ ବାହାରକୁ ଆସେ । ତୋ ଘର ଆଗରେ ମୁଁ ଅଛି ।” ପିଞ୍ଜରାରେ ବନ୍ଦ ପକ୍ଷୀ ପରି ମୁକୁଳିବା କଷ୍ଟ । “ସୁମନ୍ତ ମୁଁ ଯାଇ ପାରିବିନି । ଘରେ କ’ଣ କହିକି ପଦାକୁ ଯିବି ।” ସୁମନ୍ତ ସେ ଦିନ ହିଁ ଫ୍ଲାଇଟ୍ କରି ଦିଲ୍ଲୀରୁ ଭୁବନେଶ୍ବର ଆସିଲା । କେବଳ ତା’, ପ୍ରେୟସୀ ପାଇଁ । କିନ୍ତୁ କ’ଣ ନିରାଶରେ ଫେରିବ କି ? ସୁଦୁର ଜିଲ୍ଲାରୁ କେବଳ ଦୀପ୍ତି ପାଇଁ ଆସି, ତାକୁ ଦେଖା ନ କରି କିପରି ଯାଇପାରିବ ?
ଗୋଟିଏ ଅଧଘଣ୍ଟା ପରେ ସୁଲୋଚନା ଦେବୀ ଦୀପ୍ତିକୁ ଡାକି କହିଲେ, ଦେଖେ ତ ଗୋଟିଏ ପାର୍ସଲ ଆସିଛି । ସେ କୁରିଅର ବାଲାଠୁ ନେଇ ଆସେ । ଦୀପ୍ତି ଯାଇ ଦେଖେ ତ କୁରିଅର ବାଲା ରୂପ ଧାରଣ କରି ସୁମନ୍ତ ଉଭା । ପାର୍ଶଲଟିକୁ ଧରିବା ବେଳେ, ସେ ତା’ର ହାତ ଦୁଇଟିକୁ ଅତି ବ୍ୟାକୁଳରେ ଟିକିଏ ଛୁଇଁଦେଲା । ଚାଲିଗଲା ସୁମନ୍ତ । ଗୋଟିଏ ଦିନ ହିଁ ସେ ଭୁବନେଶ୍ବରରେ ରହିବ ।
ଦୀପ୍ତି ଘରେ ଅନ୍ୟମନସ୍କ ରହିବାରେ ଲାଗିଲା । କୌଣସି କାମରେ ମନ ଲାଗିଲା ନାହିଁ । ତା’ ଠିକ୍ ପରଦିନ ସେ ସୁମନ୍ତକୁ ଦେଖାକରିବାକୁ ଗଲା । ନୀଳ ସ୍କୁଟିରେ ନୀଳ ରଂଗର ଡ୍ରେସ ‌ପିନ୍ଧି ଦୀପ୍ତି ନୀଳ ପରିଟିଏ ପରି ଦିଶୁଥିଲା । ଏବେ ଦୁଇଜଣ ଦୁହିଁଙ୍କ ବହୁତ ନିକଟରେ ଛିଡା ହୋଇଛନ୍ତି । କେହି କାହାକୁ କିଛି କହୁନାହାଁନ୍ତି । ସୁମନ୍ତ ଦୁଇପାଦ ଆଗକୁ ଆସି ଦୀପ୍ତିର ନାକକୁ ଟିକେ ଗେହ୍ଲାରେ ମୋଡିଦେଲା । ଗାଲକୁ ଥାପୁଡାଇ ଦେଲା । ତା ହାତ ଉପରେ ନିଜ ହାତ ରଖି କହିଲା – ଏ ହାତରେ ତୁ ମୋ ନାଁର ଚୁଡି ପିନ୍ଧିବୁ କି ଦୀପ୍ତି ?”
ଦୀପ୍ତି ପୁଣି କାନ୍ଦିବାକୁ ଲାଗିଲା – ” ଏହା ଅସମ୍ଭବ ସୁମନ୍ତ । ମୋର ସେ ସୌଭାଗ୍ୟ କାହିଁ ଯେ ମୁଁ ତୁମର ହୋଇପାରିବି । ଏ ଜନ୍ମରେ ତ ଆଉ ନୁହେଁ । କିନ୍ତୁ ଠାକୁରଙ୍କ ଠାରେ ପ୍ରାର୍ଥନା କରିବି, ଆର ଜନ୍ମରେ ମତେ ତୁମର ସ୍ତ୍ରୀ କରାଇବେ ।

ଏତିକି କହି ଲୁହ ପୋଛିପୋଛି ଦୀପ୍ତି ଫେରିଗଲା । ସୁମନ୍ତର ପାଦତଳୁ ମାଟି ଖସିଗଲା । ତାକୁ ଯେମିତି ଦୀପ୍ତି ବିନା ଗୋଟିଏ ମୁହୂର୍ତ୍ତଟେ ନିଶ୍ୱାସ ନବା କଷ୍ଟ ହୋଇଗଲାଣି । ଦୀପ୍ତି କେବେ ବି ଏତେ ଭଲପାଇବା ନିଜ ସ୍ବାମୀଠରୁ ପାଇ ନଥିଲା । ଅନେକ ଦିନ ପରେ ଆସିଲେ ମଧ୍ୟ ଅଜିତ୍ ବାବୁ ଦୀପ୍ତିକୁ ଚାହିଁ ଟିକେ ହସନ୍ତି ନାହିଁ । ଦୀପ୍ତି ଜଲଦି କାମ ସାରି ରାତ୍ରୀରେ ରୁମକୁ ଗଲା ବେଳକୁ ସେ ଶୋଇଯାନ୍ତି । କେବେ ବି ତା ସହ ବସିକି ଖୁସିରେ କଥା ପଦେ ହୁଅନ୍ତି ନାହିଁ ।
ସୁମନ୍ତ କିନ୍ତୁ ଦୀପ୍ତି ପାଇଁ ବହୁତ ଯତ୍ନବାନ, ଯେମିତି ସେ ଦୀପ୍ତିର ଖୁସି ପାଇଁ ସବୁକିଛି କରିପାରିବ । ଯେମିତି ସେ ପାଗଳ ହୋଇଯାଇଥିଲା । ଆଜି ସନ୍ଧ୍ୟା ସାତଟାରେ ସୁମନ୍ତର ଫ୍ଲାଇଟ୍ । ସେ ଦୀପ୍ତିକୁ ତା ସହ ନବାକୁ ଆସିଛି । ଆଜି ହିଁ ତାକୁ ନିଷ୍ପଭି ନବାକୁ ହେବ, ତା’ର ଭବିଷ୍ୟତ କିଏ ହେବ ? ଏତେ ସବୁ ପ୍ରଶ୍ନବାଣ ଯେମିତି ଦୀପ୍ତିର ମୁଣ୍ଡକୁ କଣ କରିଦେଉଥାଏ ।
କିଛି ଘଣ୍ଟା ପରେ ଦୀପ୍ତି ଫୋନ କରି କହିଲା – “ ମୁଁ ମୋର ଶେଷ ନିଷ୍କରି ନେଇସାରିଛି ସୁମନ୍ତ । ସିନ୍ଦୂର ଓ ପ୍ରେମ ଭିତରେ ମୁଁ ସିନ୍ଦୂରକୁ ବାଛିବି । ଯଦିଓ ମୁଁ ତୁମକୁ ମୋ ଜୀବନରୁ ଅଧିକ ଭଲପାଏ । ଏଇ ସମାଜ ଆଗରେ ମୋ ଘରଲୋକ ମୁଣ୍ଡଟେକି ଚାଲିପାରିବେ ନାହିଁ । ମୋ ଘର ପରିବାରର ସମ୍ମାନ ପାଇଁ ମୋ ଭଲପାଇବାକୁ ମୁଁ ବଳିଦାନ ଦେଇ ଦଉଛି ।” ସୁମନ୍ତର ଆଖିର ଲୁହ ବନ୍ଦ ହେଊନି କି ଦୀପ୍ତି ବି ନିଜ ଲୁହକୁ ନିୟନ୍ତ୍ରଣ କରିପାରୁନି ।

“ତମେ ଖୁସିରେ ରୁହ ସୁମନ୍ତ । ଏଇଟା ଆମର ଶେଷକଥା ଓ ଶେଷ ଦେଖା ଥିଲା । ମୁଁ ମରିବା ଯାଏ ତମକୁ ଭୁଲିପାରିବି ନାହିଁ । ମୋତେ ଭୂଲି ଆଜ ଜଣକୁ ନିଜର ସାଥୀ ରୂପେ ବାଛି ସଂସାର କରିବ ।”
ସୁମନ୍ତ ବି କହିଲା – “ମଲାଯାଏ ମୁଁ ତୋ ଅପେକ୍ଷାରେ ରହିଛି ଦୀପ୍ତି । ତୁ ଆଉ କା’ର ହେଇସାରିଛୁ । କିନ୍ତୁ ମୁଁ ତ ହେଇନି । ମୋର ଶେଷ ନିଃଶ୍ବାସ ଥିବା ଯାଏଁ ତତେ ହିଁ ଭଲପାଇବି । ତୋର ଅପେକ୍ଷା କରିବି । ତୁ ଖୁସିରେ ରହ । ମୁଁ କେବଳ ତୋର । ବାଏ ।”😭

Loading

2 thoughts on “*ଶେଷ ନିଷ୍ପତ୍ତି–ଦୀପିକା ଦାଶ*

Leave a Reply

Your email address will not be published. Required fields are marked *