*ଚେନାଏ ହସ*
——–/–/——–
ଆକାଶର ନୀଳିମାରେ,
ବନାନୀର ସବୁଜିମା ରେ,
ବାଳାରୁଣ ର ଲାଲିମାରେ,
ଗାଈ ଗୋଠର ହମ୍ବା ରଡି ଡାକରେ,
ବିଲୁଆର ହୁକେ ହୋ ଶବ୍ଦରେ,
ଶିଶୁଟିର କୁଆଁ କୁଆଁ କାନ୍ଦ ରେ,
ସୁମନର ସୁରଭିରେ,
ମନ୍ଦିରର ଘଣ୍ଟଘଣ୍ଟି ନାଦରେ,
ଧୂପର ମହକରେ,
ଦୀପର ଜ୍ୟୋତିରେ,
କୁଆଁତାରା ଦୃଶ୍ୟର ମାଧୁରୀମାରେ,
ଲୁଚି ରହିଥାଏ ଚେନାଏ ହସ ।
ନବ ବଧୁର ଶୃଙ୍ଗାରରେ,
ତା’ ଲାଜୁଆ ଆଖିର ଲାଜରେ,
ଅତରର ମହମହ ମହକରେ,
ପ୍ରଜାପତି ଫୁଲକୁ ଚୁମିବାରେ,
ଜହ୍ନ ଓ କଇଁର ଲୁଚକାଳି ଖେଳରେ,
ପ୍ରଭାତର ଶୁଦ୍ଧପୁତ ପବିତ୍ର ବାତାବରଣରେ,
ଲୁଚି ରହିଥାଏ ଚେନାଏ ହସ ।
ଏ ତମାମ ହସ ଫିକା ପଡ଼ିଯାଏ
ମୋତେ ଭଲ ପାଉଥିବା
ମୋ ପ୍ରିୟତମର
ଦୁଇ ଆଖି ଆଗେ ।
ଇନ୍ଦ୍ରଭବନର ସମସ୍ତ ଐଶ୍ୱର୍ଯ୍ୟମୟ ସୁଖ
ସୌରମଣ୍ଡଳର ଭୌଗଳିକ ବସ୍ତୁବିଶେଷ
ତାରକାପୁଞ୍ଜର ଖିଲିଖିଲି ହସ ମଧ୍ୟ
ଫିକା ପଡ଼ିଯାଏ
ମୋ ପ୍ରିୟତମର ଚେନାଏ ହସ ଆଗେ । ( ଦୀପିକା ଦାଶ)