October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ପରଚର୍ଚ୍ଚା– ଅଂଶୁମାନ ସାହୁ*

. #ପର_ଚର୍ଚ୍ଚା

ବଡଗଡ ବ୍ରିଟ୍ କଲୋନୀ ;
କୋଠା ନମ୍ଵର୍ ଇ-୨୫ର ସୁରମ୍ୟ ବାଲକୋନୀରେ ବସିଥାନ୍ତି ମହାନ୍ତି ଦମ୍ପତ୍ତି l
“ଜାଣିଛ, ସେପଟ ଲେନ୍ ର ସାମଲ ବାବୁ ଆଉ ତାଙ୍କ ସ୍ତ୍ରୀ ଏତେ ବିରକ୍ତିକର ଯେ, ସବୁବେଳେ ପରଚର୍ଚ୍ଚାରେ ମାତିଥିବେ l ସେଦିନ ଯେଉଁ ମାର୍କେଟରେ ପରିଡା ବାବୁଙ୍କ ଝଗଡ଼ା ହେଲା, ସେକଥା ତିନିଦିନ କାଳ ସନ୍ଧ୍ୟାରେ ବିଡିଏ ପାର୍କରେ ଗପୁଥିଲେ ସଭିଙ୍କ ଆଗରେ l ଆଉ ଆମ ଏ ସେପଟ ଘର, ମାନେ ତୁମ ବନ୍ଧୁ ସୁଧୀର ବାବୁଙ୍କ ଘରେ, ଆରେ ସେ କହୁ ନଥିଲେ ନା ଘର ଫାଙ୍କା ପଡିଛି, କାହାକୁ ରଖିବେ ବୋଲି “,ଅନର୍ଗଳ କହି ଚାଲିଥିଲେ ଶ୍ରୀମତୀ ମହାନ୍ତି l
ତାଙ୍କ ଆଡ଼େ ଚାହିଁ ସବୁକଥା ଶୁଣି ବୁଝିଲା ପରି ମୁଣ୍ଡ ଟୁଙ୍ଗାରି ହଁ ମାରି ଚାଲିଥିଲେ ମହାନ୍ତି ବାବୁ l
“.. ସେଇ ସୁଧୀର ବାବୁଙ୍କ ଉପର ମହଲାରେ ଯେଉଁ ନୂଆ ଭଡାଟିଆ ଆସିଛନ୍ତି, ସେ ବି କିଛି କମ୍ ନୁହନ୍ତି ମ l ତାଙ୍କ ସ୍ତ୍ରୀ ଆମ କଲୋନୀରେ ନୂଆ, ହେଲେ ଦେଖ, ଆସୁ ଆସୁ ଦିନ କେଇଟାରେ ସୁଧୀର ବାବୁଙ୍କ ସ୍ତ୍ରୀଙ୍କ ବିଷୟରେ କେତେ କଥା ସବୁ ସେଦିନ କହି ଦେଇ ଗଲେ l ସେ ତାଙ୍କ ଘରେ ଏମିତି ରୁହନ୍ତି,ଏମିତି ସଫା କରନ୍ତି,ଏମିତି କରନ୍ତିନି ;କି ହୋ ପରଚର୍ଚ୍ଚା କରି କଣ ମିଳିବ ତାଙ୍କୁ ? ଆଉ ସେ କଲେଜ ଲେକଚର୍ ସରୋଜିନୀ ମ୍ୟାଡମ୍ ଜଣେ ଅଧ୍ୟାପିକା ହେଇ ବି, ୟା କଥା ତା ଆଗରେ, ତା କଥା ୟା ଆଗରେ l ଏଘର ମାଉସୀ ସେ ଘର ପିଉସୀ ହେବାରେ ତାଙ୍କର ଭାରି ଖୁସି l ପରଚର୍ଚ୍ଚା ନ କଲେ ତାଙ୍କ ଭାତ ହଜମ ହେବନି ଯେମିତି l ଆଉ ଝରଣା ; ସେଇ ନୂଆ ଝିଅଟି…. ”
ଚୁପ୍ ଚାପ୍ ଶୁଣି ଚାଲିଥିଲେ ମହାନ୍ତି ବାବୁ l
ଫୋନ୍ ର ରିଂ ଟୋନ୍ ଟା ବାଜି ଉଠିଲା ହଠାତ୍, ସେପଟ ରୁମ୍ କୁ ଉଠି ଚାଲିଗଲେ ଶୀମତୀ ମହାନ୍ତି, ଫୋନ୍ କରିଥିଲେ ସୁମିତ୍ରା ; ସୁଧୀର ବାବୁଙ୍କ ସ୍ତ୍ରୀ l
” ଜାଣିଛ ଅପା, କଣ ଆଉ କହିବି କୁହ ତ, ପରିଡା ବାବୁଙ୍କ ଝଗଡ଼ା ଉପରେ ସବୁଦିନ ପାର୍କରେ ଚର୍ଚ୍ଚା ଚାଲିଛି lଆଉ..
ନାଇଁ ଥାଉ,ପରେ କହିବି,
ହଉ କହୁଛ ଯଦି କହି ଦେଉଛି, ହେଇଟି ଅପା, ସେ ତୁମ ଭଡାଟିଆ ବି କିଛି କମ୍ ନୁହନ୍ତି,ପରଚର୍ଚ୍ଚା କରିବାରେ..
..ତୁମ ନାଁ ରେ ତ କେତେ କଣ..
ସେ ସରୋଜିନୀ ମ୍ୟାଡମ୍ କିନ୍ତୁ ପରଚର୍ଚ୍ଚା କରିବାର ସୁଯୋଗ ଖୋଜନ୍ତି ଯେମିତି ସବୁବେଳେ..ଛାଡ,କଣ ଆଉ କହିବ ଯେ ତାଙ୍କୁ “,ଗୋଟେ ନିଃଶ୍ଵାସରେ ଗପି ଚାଲିଥିଲେ ଶ୍ରୀମତୀ ମହାନ୍ତି l
ଗପ ଶେଷ କରି ବାଲକୋନୀକୁ ଆସୁ ଆସୁ ପୁଣି କହିଲେ,” ହଁ କାହା କଥା କହୁଥିଲି, ହଁ..ପରଚର୍ଚ୍ଚା..ପରଚର୍ଚ୍ଚା କରିବାରେ ଆଜିକାଲି ”
ମହାନ୍ତି ବାବୁ ହଠାତ୍ ତାଙ୍କ କଥା ମଝିରୁ ବନ୍ଦ କରି ପଚାରି ଦେଲେ,”ଏଇ ଏବେ ତୁମେ କଣ କରୁଥିଲ କି, ମୋତେ ତ କହିଲ ସବୁତକ ୟା କଥା ତା କଥା, ସୁମିତ୍ରା ଭାଉଜଙ୍କ ସାମ୍ନାରେ ବି ସଭିଙ୍କ କଥା କହି ଗଲ l ଏବେ ଆଉ କାହା ଚର୍ଚ୍ଚା ବାକି ରହିଲା ? ନାଇଁ ମାନେ,ଖରାପ ଭାବନି,ମୁଁ ତ ଏମିତି କହୁଥିଲି କି,କାହିଁ ଆଉ ଗପି ଗପି ଶକ୍ତି ନଷ୍ଟ କରିବ ;ଟିକିଏ..”
ଟିକିଏ ଚାହା କରି ଆଣିବ କି କହିବା ପର୍ଯ୍ୟନ୍ତ ଆଉ ବାଲକୋନୀରେ ଉପସ୍ଥିତ ନଥିଲେ ଶୀମତୀ ମହାନ୍ତି,ଗୋଡ କଚାଡି, ମୁହଁ ମୋଡି ହୁଁ ବୋଲି କହି ଦେଇ କ୍ଷିପ୍ର ଗତିରେ ଚାଲିଯାଇଥିଲେ ବାଥରୁମକୁ l
ହଁ, ବିଡିଏ କଲୋନୀ ପାର୍କରେ ଆଜିକୁ ଦୁଇଦିନ ହେଲାଣି ଶୁଣିବାକୁ ମିଳୁଛି, ଅଢେଇଦିନ ହେଲାଣି ମହାନ୍ତି ବାବୁ ବାହାରେ ଚାହା ଜଳଖିଆ କରୁଛନ୍ତି,ପରଚର୍ଚ୍ଚା କରିବାକୁ ନେଇ କଣ ଟିକେ କହିବାରୁ ଶୀମତୀ ମହାନ୍ତି ଅଭିମାନ କରି ରୋଷେଇ କରୁନାହାନ୍ତି,କଥାବାର୍ତ୍ତା ବି ଠିକ୍ ସେ କରୁନାହାନ୍ତି l
ଅବଶ୍ୟ ଏଇ ଚର୍ଚ୍ଚାଟି କିଏ ଆରମ୍ଭ କରିଛି, ତାହା ଏବେ ବି ରହସ୍ୟ ଘେରରେ l

ଅଂଶୁମାନ ସାହୁ, ଜଗତସିଂହପୁର

Loading

2 thoughts on “*ପରଚର୍ଚ୍ଚା– ଅଂଶୁମାନ ସାହୁ*

  1. Once i initially left a comment I surface to acquire clicked within the -Notify me when new opinions are included- checkbox and Any more when a comment is extra I get 4 e-mails with the exact same comment. Probably There exists a straightforward approach you may clear away me from that assistance? A lot of thanks!

  2. Normally I tend not to read through article on weblogs, but I want to say that this publish-up extremely forced me to try to get it done! Your producing design and style continues to be shocked me. Thanks, very nice posting.

Leave a Reply

Your email address will not be published. Required fields are marked *