#ଏକେଲାଭାବନା

ଏଇ ଆକାଶ୍ ! ଜାଣିଛୁ ନା ମୁଁ ତୋତେ ବହୁତ୍ ଖୋଜୁଛି….

ସେତେବେଳେ ତୁ ଆକାଶ୍ ରୁ ଅଂଶୁ ହୋଇ ନଥିଲୁ,
ଗୋଲାପ ସବୁ କେବଳ ଫୁଲ ବୋଲି ଜାଣିଥିଲୁ,
କଣ୍ଟା ବି ଥାଏ ସେଥିରେ ; ସେତକ ଥିଲା ତୋ ଅଗୋଚରରେ….
ସେଇଥିପାଇଁ ତ ଢେର୍ ସ୍ଵଚ୍ଛ, ସୁନୀଳ, ନିର୍ମଳ ଥିଲୁ ତୁ

ଆକାଶ୍….

ଆଉ ଏବେ ଦେଖ୍ ତ ତୋ ଦେହରେ କଳାହାଣ୍ଡିଆ ମେଘ ସବୁ ଭର୍ତ୍ତି,
ସୌଦାମିନୀ ଓ ବଜ୍ରପାତର ଇର୍ଷା ଅସୂୟା ଭିତରେ
ତୁ ଫାଳ ଫାଳ ହେଇ ଫାଟୁଥାଉ ପ୍ରତିଟି ମୁହୂର୍ତ୍ତ,
ହେଇ ଚାଲୁଥାଉ କ୍ଷତାକ୍ତ ! ….
ଆଉ ପୁଣି
ତା ଭିତରୁ ତୁ ଦିଶିବାକୁ ଚାହୁଁ ଶୁଭ୍ର ହୋଇ,
ତଥାପି ତୋ ସଂଘର୍ଷର ଅବସାନ କାଇଁ…!

ଭୁଲିଯା ଏଣିକି ଏ ମେଘ ମାନଙ୍କୁ,
ଶୀଘ୍ର ସେଇମାନେ ହିଁ ଵରଷିବେ,,
ଟୋପା ଟୋପା ହେଇ ବହିଯିବେ,,,
ପୁଣି ତୁ ସଫା କାଗଜଟିଏ ହେବୁ,,,,
ଯେଉଁଠି ଗେରୁଆ ରଙ୍ଗର ଅଂଶୁମାନଟେ ଉଇଁବ
ତୋତେ ନିର୍ମଳ ରଙ୍ଗରେ ଆଲୋକିତ କରି….

…. (କେବେ କେବେ ନିଜ ପାଇଁ କିଛି ଲେଖି, ପଢି, ବୁଝି ନିଜକୁ ହିଁ ବୁଝାଏ ; ପାଗଳାମି…. ଛାଡ ସେ ଯାହା ହେଉ, ଆକାଶ୍ କିନ୍ତୁ ସତରେ ବହୁତ୍ କିଉଟ୍ ଦିଶୁଥିଲା, ଯାହା ତାକୁ ସାଙ୍ଗ, ଭାଇ, ଭଉଣୀ ମାନେ ସେତେବେଳେ କହୁଥିଲେ….
ଏବେକାର ଅଂଶୁ କିନ୍ତୁ ଅସୁନ୍ଦରତାରେ ପିଜି ସାରି ପିଏଚଡି ଥେସିସ୍ ଲେଖିବାରେ ବ୍ୟସ୍ତ…. ହା ହା ହା)

….

 1,061 total views,  1 views today

Leave a Reply

Your email address will not be published. Required fields are marked *